Advertisment

Blind Faith Over Modern Medicine: ଅଣ୍ଟା-ପିଠି ଓ ବେକ ଯନ୍ତ୍ରଣା; ବୈଦ କହିଲେ ବାପାଙ୍କ ପ୍ରେତାତ୍ମା ଯୋଗୁଁ ହେଉଛି

ଏବେ ବି ରାଜ୍ୟର ବହୁ ଉପାନ୍ତ ଅଂଚଳରେ ଅନ୍ଧ ବିଶ୍ୱାସ ଭରି ରହିଛି। ରୋଗରୁ ଭଲ ହେବା ପାଇଁ ଝଡ଼ା ଫୁଙ୍କା ଓ ଚେରମୂଳି ଚିକିତ୍ସା ଉପରେ ବିଶ୍ୱାସ କରୁଛନ୍ତି ଲୋକେ। ମେଡିକାଲ୍‌ରେ ଚିକିତ୍ସା ବଦଳରେ ଗ୍ରାମବାସୀ ଏହି ଅନ୍ଧ ବିଶ୍ୱାସର ସାହାରା ନେଉଛନ୍ତି।

author-image
Pramod Behera
Blind Faith Over Modern Medicine

ରୋଗରୁ ଭଲ ହେବା ପାଇଁ ଝଡ଼ା ଫୁଙ୍କା Photograph: (OTV)

ଏବେ ବି ରାଜ୍ୟର ବହୁ ଉପାନ୍ତ ଅଂଚଳରେ ଅନ୍ଧ ବିଶ୍ୱାସ ଭରି ରହିଛି। ରୋଗରୁ ଭଲ ହେବା ପାଇଁ ଝଡ଼ା ଫୁଙ୍କା ଓ ଚେରମୂଳି ଚିକିତ୍ସା ଉପରେ ବିଶ୍ୱାସ କରୁଛନ୍ତି ଲୋକେ। ମେଡିକାଲ୍‌ରେ ଚିକିତ୍ସା ବଦଳରେ ଗ୍ରାମବାସୀ ଏହି ଅନ୍ଧ ବିଶ୍ୱାସର ସାହାରା ନେଉଛନ୍ତି।

Advertisment

ବର୍ତ୍ତମାନ ସମୟରେ ମେଡିକାଲ୍ ବିଜ୍ଞାନ ବହୁ ମାତ୍ରାରେ ବିକାଶ ହେବା ସହ ଉନ୍ନତ ଓ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା ବ୍ୟବସ୍ଥା ରହିଛି। ସରକାର ତରଫରୁ ସମସ୍ତ ସ୍ଥାନରେ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଖୋଲିବା ସହ ଉପାନ୍ତ ଅଂଚଳର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ତଥାପି ଲୋକେ ରୋଗରୁ ଭଲ ହେବା ପାଇଁ ଝଡା୍ଫଙ୍କା ଓ ଚେରମୂଳ ଚିକିତ୍ସା ଉପରେ ବିଶ୍ୱାସ କରିବା ସହ ଗୁଣିଗାରେଡି ଉପରେ ଭରଷା କରୁଛନ୍ତି।

ଏହାର ସଦ୍ୟ ଉଦାହରଣ ସାଜିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁ। ଗାଁ ରାସ୍ତା କଡ଼ରେ ଏକ କୁଡ଼ିଆ ଘରେ ସ୍ଥାନୀୟ ବୈଦ ପୁରୁଷୋତ୍ତମ ପ୍ରଧାନୀ ଲୋକଙ୍କୁ ଝଡା ଫୁଙ୍କା ସହ ଚେରମୂଳି ଚିକିତ୍ସା କରୁଛନ୍ତି। ଚାଉଳ ଦ୍ଵାରା ରୋଗ ଚିହ୍ନଟ କରିବା ସହ ଝଡ଼ା ଫୁଙ୍କା କରି ଚେରମୂଳି ଦେଉଛନ୍ତି।

Advertisment

ସୂଚନା ମୁତାବକ ମୋହନା ବ୍ଲକ୍ ଯାମଲିଙ୍ଗ ଗାଁର ତପନ ମଲ୍ଲିକଙ୍କ ଅଣ୍ଟା-ପିଠି ଓ ବେକ ଯନ୍ତ୍ରଣା ହେବାରୁ ସେ ମୋହନା  ମେଡ଼ିକାଲ୍‌ରେ ଦେଖାଇ ମେଡିସିନ ଖାଇଥିଲେ। ହେଲେ ରୋଗ ଭଲ ନ ହେବାରୁ ତାଙ୍କ ମାଆ ତାଙ୍କୁ ଝିଲୀକି ସ୍ଥିତ ଏହି ବୈଦଙ୍କ ପାଖକୁ ଆଣିଥିଲେ। ବୈଦ ପ୍ରଥମେ ଚାଉଳ ଦ୍ଵାରା ରୋଗ ଚିହ୍ନଟ କରିଥିଲେ। ଆଉ କହିଥିଲେ, ତପନଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେତାତ୍ମା ଯୋଗୁଁ ଏହି ସବୁ ହେଉଛି। ଏହା ପରେ ସେ ଝଡ଼ା ଫୁଙ୍କା କରିବା ସହ ଚେରମୂଳି ଖାଇବାକୁ ଦେଇଥିଲେ।

ସେହିପରି ବିଭିନ୍ନ ଗାଁରୁ ଲୋକେ ବିଭିନ୍ନ ରୋଗ ନେଇ ଏହି ବୈଦଙ୍କ ପାଖକୁ ଆସିବା ପରେ ଭଲ ହୋଇ ଯାଉଛନ୍ତି ବୋଲି ବିଶ୍ୱାସ କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଗାଁରେ ଆଶାକର୍ମୀମାନଙ୍କ ଦ୍ଵାରା ଲୋକଙ୍କୁ ସଚେତନ କରାଯାଉଛି ବୋଲି ମୋହନା ମେଡ଼ିକାଲ ଅଫିସର କରିଛନ୍ତି। ଝଡ଼ା ଫୁଙ୍କା ଉପରେ ବିଶ୍ୱାସ ନ କରି ମେଡ଼ିକାଲକୁ ଆସି ମାଗଗାରେ ଚିକିତ୍ସା ସୁବିଧା ପାଆନ୍ତୁ ବୋଲି କୁହାଯାଉଛି।

Mohana Blind Faith Ssuperstition
Advertisment
Advertisment