Advertisment

'ଫମ୍ପା ଆବାଜ କରିବାକୁ ଆସୁଛନ୍ତି ଶାହ'

ଭୁବନେଶ୍ୱର: ଶାହଙ୍କ ଗସ୍ତ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳ ମଧ୍ୟରେ ବୟାନବାଜି। ଏପଟେ ଶାହ ଫମ୍ପା ଆବାଜ କରିବାକୁ ଆସୁଛନ୍ତି ବୋଲି କହିଛି କଂଗ୍ରେସ। ସିଏଏକୁ ନେଇ ଆଉ ବୁଝାଇବା ପରିସ୍ଥିତି ନାହିଁ। ବିଜେଡି କେନ୍ଦ୍ରର ସବୁ ବିଲ୍‌କୁ ସମର୍ଥନ କରୁଛି। କାହିଁକି ଏତେ ଗୋଡାନିଆଁ ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ଏପଟେ ବିଜେଡି କହିଛି, କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ କଣ ଲୋକେ ଜାଣିଛନ୍ତି। ତେଣୁ ସିଏଏ ବିଷୟରେ […]

author-image
Abinash Pati
'ଫମ୍ପା ଆବାଜ କରିବାକୁ ଆସୁଛନ୍ତି ଶାହ'

ami

ଭୁବନେଶ୍ୱର: ଶାହଙ୍କ ଗସ୍ତ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳ ମଧ୍ୟରେ ବୟାନବାଜି। ଏପଟେ ଶାହ ଫମ୍ପା ଆବାଜ କରିବାକୁ ଆସୁଛନ୍ତି ବୋଲି କହିଛି କଂଗ୍ରେସ।

Advertisment

ସିଏଏକୁ ନେଇ ଆଉ ବୁଝାଇବା ପରିସ୍ଥିତି ନାହିଁ। ବିଜେଡି କେନ୍ଦ୍ରର ସବୁ ବିଲ୍‌କୁ ସମର୍ଥନ କରୁଛି। କାହିଁକି ଏତେ ଗୋଡାନିଆଁ ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ଏପଟେ ବିଜେଡି କହିଛି, କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ କଣ ଲୋକେ ଜାଣିଛନ୍ତି। ତେଣୁ ସିଏଏ ବିଷୟରେ ଅମିତ ଶାହଙ୍କର କୌଣସି ବୁଝାଇବାର ଆବଶ୍ୟକ ନାହିଁ। ସେ ସମୟ ମଧ୍ୟ ଯାଇ ସାରିଲାଣି। ଶାହ କେବଳ ସରକାରୀ କାମରେ ଆସୁଛନ୍ତି। ତେବେ କଂଗ୍ରେସର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଜେଡି ନେତା ପ୍ରତାପ ଦେବ କହିଛନ୍ତି।

ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇଛି ବିଜେପି। ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ଦଳ ଢେଲା ଫିଙ୍ଗିବାରେ ବ୍ୟସ୍ତ। ସାରାଦେଶର ଅରାଜକତାର ନିଆଁ ଲଗାଇ କେନ୍ଦ୍ର ସରକାରଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଛନ୍ତି କିଛି ଦଳ। ବିଜେପି ଯେତେବେଳେ ଲୋକଙ୍କ ପାଖକୁ ଯାଉଛି ବିଜେଡିକୁ କାହିଁକି କଷ୍ଟ ହେଉଛି ବୋଲି କହିଛନ୍ତି ପୃଥ୍ୱୀରାଜ।

Advertisment
Advertisment
Advertisment