/odishatv-khabar/media/post_attachments/uploadimage/library/16_9/16_9_0/bjp-12-1_1626758565.jpg)
bjp
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳ ସଂପର୍କିତ ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ଖାରବେଳ ନଗର ଥାନାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଓକିଲ ହାଜର ହୋଇଛନ୍ତି। ତାଙ୍କ ସହ ସମୀରଙ୍କ କିଛି ସମର୍ଥକ ମଧ୍ୟ ଥାନାକୁ ଯାଇଛନ୍ତି।
Advertisment
ଏହି ପ୍ରସଙ୍ଗକୁ ନେଇ ଖାରବେଳନଗର ପୁଲିସ୍ ପକ୍ଷରୁ ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରାଯାଇଥିଲା। ସମସ୍ତଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ସମୀରଙ୍କୁ ଆଜି, ୨୩ରେ ଗୋଲକ ଏବଂ ୨୪ରେ ଟଙ୍କଧରଙ୍କୁ ପ୍ରେସମିଟ୍ରେ ଦେଖାଇଥିବା ଡକ୍ୟୁମେଣ୍ଟ ସହ ଆସିବାକୁ ନୋଟିସରେ କୁହାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)