/odishatv-khabar/media/post_attachments/uploadimage/library/16_9/16_9_0/sudhnshu-sarangi_1625257142.jpg)
sudhnshu sarangi
ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସିପି କହିଛନ୍ତି, ଏହି ଘଟଣାରେ ପୋଲିସ ନିଜ ଆଡୁ ଏତଲା କରୁଛି। ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହେଲା ତାର ତଦନ୍ତ ହେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ ଟେକ୍ନିସିଆନ ତଦନ୍ତ ଆରମ୍ଭ କରିଦେଇଥିବା ସେ ସୂଚନା ଦେଇଛନ୍ତି।
ଘଟଣା ସ୍ଥଳ ବିଷୟରେ ସୂଚନା ଦେଇ ସିପି କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି ଟାଙ୍କି ଥିଲା। ଏଲ୍ପିଜିରେ ନିଆଁ ଲାଗିଥିଲା। ନିଆଁ ଲିଭିଯାଇଛି। ଟାଙ୍କିରେ କିଛି ଗ୍ୟାସ୍ ରହିଛି। ରହିଯାଇଥିବା ଗ୍ୟାସ୍କୁ କାଢ଼ି ନେବାକୁ ଆଇଓସିଏଲ୍କୁ କହିଛୁ ବୋଲି ସିପି କହିଛନ୍ତି। ବାକି ଥିବା ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲ ମଧ୍ୟ କାଢ଼ି ନିଆଯିବ। ନିଷ୍କାସନ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ନିଷ୍କାସନ ନହେବା ଯାଏ ନିଜ ଘରକୁ ନଆସିବାକୁ କୁହାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)