Advertisment

Police SI Recruitment Scam: ଅରବିନ୍ଦ ହିଁ ଧରାଇବ ଦୀଘା ଦୁର୍ନୀତିର ଚେର, ୭୫ କୋଟିର ଡିଲ୍ ଭିତରୁ ଆଦାୟ ହୋଇଛି କେତେ ?

ଦୀଘାରେ ଯେଉଁ କେଳେଙ୍କାରୀର ପ୍ଲଟ୍ ତିଆରି କରାଯାଇଥିଲା, ତା’ର ଚିଠା ରହିଛି ଅରବିନ୍ଦ ହାତରେ। ତେଣୁ ଅରବିନ୍ଦ ହିଁ ଧରାଇବ ଦୀଘା ଦୁର୍ନୀତିର ଚେର। ସେପଟେ ଏବେ ବି ମୁନା ମହାନ୍ତି ସହ ୩ ଦଲାଲ ରିମାଣ୍ଡରେ ଥିବାବେଳେ ବଡ଼ ବଡ଼ିଆଙ୍କ ପାଳି କେବେ ?

author-image
Tapan Swain
SI-SCAM

SI-SCAM Photograph: (OTV)

SI ନିଯୁକ୍ତି ସ୍କାମ୍ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଗିରଫଦାରୀ ପରଠୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ବିଜୟନଗରମ୍ ମଡ୍ୟୁଲର ଖୁଲାସା ପରେ ଏବେ ଫୋକସରେ ଦୀଘା ମଡ୍ୟୁଲ୍। କାରଣ ଶଙ୍କର ସହ ଆଜିଠୁ ୫ ଦିନିଆ ରିମାଣ୍ଡରେ ଯାଇଛି ଏହି ମଡ୍ୟୁଲର ରିଂ ମାଷ୍ଟର ଅରବିନ୍ଦ ଦାସ। ଦୀଘାରେ ଯେଉଁ କେଳେଙ୍କାରୀର ପ୍ଲଟ୍ ତିଆରି କରାଯାଇଥିଲା, ତା’ର ଚିଠା ରହିଛି ଅରବିନ୍ଦ ହାତରେ। ତେଣୁ ଅରବିନ୍ଦ ହିଁ ଧରାଇବ ଦୀଘା ଦୁର୍ନୀତିର ଚେର। ସେପଟେ ଏବେ ବି ମୁନା ମହାନ୍ତି ସହ ୩ ଦଲାଲ ରିମାଣ୍ଡରେ ଥିବାବେଳେ ବଡ଼ ବଡ଼ିଆଙ୍କ ପାଳି କେବେ ? କାହା ପାଖରେ ରହିଛି ଆଦାୟ ଟଙ୍କା ? କାହିଁକି ଏଯାଏଁ ଏଣ୍ଟ୍ରି ମାରୁନି ସିବିଆଇ ? ବଢ଼ିଛି ନାନା ଚର୍ଚ୍ଚା।...

Advertisment

ବିଜୟନଗରମ୍ ମଡ୍ୟୁଲର ପ୍ରମାଣ ଯୋଗାଡ଼ ପରେ ଫୋକସରେ ଏବେ ଦୀଘା ମଡ୍ୟୁଲ୍...କ୍ରାଇମବ୍ରାଞ୍ଚ ଖୋଜୁଥିବା ୧୧୦ ପୋଲିସ SI ଆଶାୟୀଙ୍କ ଚିଠାର ହେବ ଖୋଳତାଡ଼...ତଥ୍ୟ ମାଗି ମାଗି ଥକି ଯିବା ପରେ କ୍ରାଇମବ୍ରାଞ୍ଚ ଏବେ ନିଜେ ଖୋଳିବ ସେହି ୧୧୦ ଆଶାୟୀଙ୍କ ଭିତିରି କାରବାର। ଅରବିନ୍ଦ ଦାସ ଥିଲା ଦୀଘା ମଡ଼୍ୟୁଲର ଦାୟିତ୍ବରେ ।

ଗିରଫ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସହ ଅରବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚର କଟକ ସ୍ଥିତ ମୁଖ୍ୟାଳୟରେ ହେବ ଘନ ଘନ ଜେରା। କେମିତି ପିଲାଙ୍କ ଠାରୁ ଆଦାୟ ହେଉଥିଲା ଅରିଜିନାଲ୍ ସାର୍ଟିଫିକେଟ୍ ସହ ଟଙ୍କା ? କେଉଁଠି ସେଟ୍ ହେଉଥିଲା ପ୍ରଶ୍ନପତ୍ର ? କାହା ଇସାରାରେ ଫିକ୍ସିଂ ହେଉଥିଲା ପରୀକ୍ଷା କେନ୍ଦ୍ର ? କେବଠୁ ଚାଲି ଆସୁଥିଲା ନିଯୁକ୍ତି କେଳେଙ୍କାରୀ ? କେଉଁ ବଡ଼ବଡ଼ିଆଙ୍କ ଛତ୍ରଛାୟାରେ ଅପରେଟ୍ ହେଉଥିଲା ସିଣ୍ଡିକେଟ୍ ? ୫ ଦିନ ଧରି ଶଙ୍କର ସାମ୍ନାରେ ବସାଇ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅରବିନ୍ଦ ଦାସଠାରୁ ସତ ଉଗାରିବ କ୍ରାଇମବ୍ରାଞ୍ଚ।

Advertisment

ବହୁ କୋଟିର SI ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ରାଇଟ୍ ହ୍ୟାଣ୍ଡ ହେଉଛି ମୁନା ମହାନ୍ତି। 
ଶଙ୍କର ଓ ଅରବିନ୍ଦ ପୂର୍ବରୁ ରିମାଣ୍ଡରେ ଅଛନ୍ତି ମୁନା, ପ୍ରିୟଦର୍ଶିନୀ ସାମଲ ଓରଫ ସୌମ୍ୟା ଏବଂ ଲୋକନାଥ ସାହୁ। ମୁନାର ଅନ୍ୟତମ ସହଯୋଗୀ ସୌମ୍ୟାର କାମ ଥିଲା ପରୀକ୍ଷାର୍ଥୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ରଖିବା। ଆଉ ପରୀକ୍ଷାର୍ଥୀଙ୍କୁ ଧରି କୋଚିଂ ନାଁରେ ପ୍ରଶ୍ନପତ୍ର ହସ୍ତାନ୍ତର ପାଇଁ ମୁନା ନେଉଥିଲା ଧାର୍ଯ୍ୟ ସ୍ଥଳୀକୁ। ନିଯୁକ୍ତି କେଳେଙ୍କାରୀର ବିଜୟନଗରମ୍ ଓ ଦୀଘା ମଡ଼୍ୟୁଲ୍ ନେଟୱାର୍କକୁ ଅପରେଟ୍ କରୁଥିଲା ନିଜେ ଶଙ୍କର।

୨ଟି ମଡ଼୍ୟୁଲରେ ପ୍ରାୟ ୩ ଶହ ପୋଲିସ SI ଆଶାୟୀଙ୍କ ଠାରୁ ଅଗ୍ରୀମ ୧୦ ଓ ପରେ ୧୫ ଲକ୍ଷ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା। ଅର୍ଥାତ ୭୫ କୋଟିର ଡିଲ୍ ଭିତରୁ ଆଦାୟ ହୋଇଛି କେତେ ? କାହା ପାଖରେ ଅଗ୍ରୀମ ଟଙ୍କା ରହିଛି ? ଦଲାଲ ନିଜ ନିଜ ଭାଗ ନେଇ ସାରିଛନ୍ତି ନା ବାକି ଅଛି ? କିଛି ବଡ଼ବଡ଼ିଆଙ୍କ ପାଖକୁ ବି ଯାଇଛି କି ଆଡ଼ଭାନ୍ସ ମନି ? ଯଦି ହଁ, କେବେ ଓ କେମିତି ଏହି ଆର୍ଥିକ କାରବାରର ଖୁଲାସା କରିବ କ୍ରାଇମବ୍ରାଞ୍ଚ ? 

ପୂର୍ବ ସରକାର ସମୟରେ ନିଯୁକ୍ତି ନାଁରେ ହଜାରେ କୋଟିର ଡିଲ୍ ସମ୍ପର୍କରେ ମୁହଁ ଖୋଲିଥିଲା ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି। ଆଉ ଶଙ୍କରଙ୍କୁ ଜେରା କରି ସିଲିକନ୍ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକଙ୍କୁ ଗିରଫ କରିବା ସହ ଗତକାଲିଠୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରଖାଯାଇଛି। ତେବେ ତାଙ୍କୁ କାହିଁକି ଏଯାଏଁ ରିମାଣ୍ଡରେ ନେଇନି କ୍ରାଇମବ୍ରାଞ୍ଚ ?

ଶଙ୍କର ସହ ମୁହାଁମୁହିଁ ଜେରାବେଳେ ସୁରେଶଙ୍କ ଠାରୁ ନିଯୁକ୍ତି କେଳେଙ୍କାରୀର ତଥ୍ୟ ପାଇଛି କି ତଦନ୍ତକାରୀ ସଂସ୍ଥା ? ରାଜ୍ୟ ସରକାରଙ୍କ ସୁପାରିଶ ଅନୁଯାୟୀ, ଯଦି ସିବିଆଇ ଏହି ମାମଲାକୁ ଟେକଅପ୍ କରେ, ତା’ହେଲେ କେଉଁଠୁ ଆରମ୍ଭ କରିବ ତଦନ୍ତ ? କ୍ରାଇମବ୍ରାଞ୍ଚର ତଥ୍ୟ ଆଧାରରେ ନା ନିଜ ଆଡୁ ନୂଆ ଖିଅ କାଢ଼ିବ ସିବିଆଇ ? ଜାରି ରହିଥିବା ତଦନ୍ତ ଭିତରେ ସାମ୍ନାକୁ ଆସିବେ ତ ବଡ଼ ବଡ଼ିଆ ? 

Recruitment Scam Odisha Police SI Exam
Advertisment
Related Articles
Advertisment