/odishatv-khabar/media/media_files/2025/11/04/betrayal-row-2025-11-04-20-29-52.jpg)
Betrayal Row Photograph: (OTV)
ନୂଆପଡାରେ ନବୀନଙ୍କ ବେଇମାନ ବୟାନ ପରେ ରାଜ୍ୟ ରାଜନୀତିରେ ଲାଗିଛି ନିଆଁ। ବିଜେଡି ଆଉ ବିଜେପି ଭିତରେ ତେଜିଛି ବେଇମାନ ପଲିଟିକ୍ସ। ସୋସିଆଲ ମିଡିଆରେ ନବୀନଙ୍କୁ କାଉଣ୍ଟର କରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ୨୪ ବର୍ଷ ଶାସନରେ ରହି ମଧ୍ୟ ଓଡିଆ ନଶିଖିବା, ଗୋଟିଏ ବି ଶୀତଳ ଭଣ୍ଡାର ନକରିବା, ମହାନଦୀରେ ଗୋଟିଏ ବି ବନ୍ଧ ନ କରିପାରିବା ଓଡିଶାବାସୀଙ୍କ ପ୍ରତି ବେଇମାନୀ ନୁହେଁ କି।
ଏହା ସହ ନବୀନଙ୍କୁ ରାଜନୀତିକୁ ଆଣିଥିବା ନେତାଙ୍କ ପ୍ରତି ନବୀନ ଯାହା କଲେ ତା କଣ ବେଇମାନୀ ନୁହେଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ କାଉଣ୍ଟର ଆଟାକ କରି କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କ ସହ ବିଶ୍ବାସଘାତ ହୋଇଛି। ...
ବିଜେପି ବିଜେଡି ଭିତରେ ବେଇମାନ ପଲିଟିକ୍ସ। ଆଟାକ... କାଉଣ୍ଟର ଆଟାକ । ଆରୋପ, ପ୍ରତ୍ୟାରୋପ । ବେଇମାନ କିଏ ?
ନୂଆପଡା ପ୍ରଚାର ମୈଦାନରେ ନବୀନଙ୍କ ଏହି ବୟାନ ପରେ ତେଜିଛି ରାଜନୀତି। ଜୟ ଢୋଲିକିଆ ବିଜେପିରୁ ପ୍ରାର୍ଥୀ ହେବାକୁ ନେଇ ଉଭୟ ବିଜେପି ଏବଂ ଜୟଙ୍କୁ ଟାର୍ଗେଟ କରି ଗତକାଲି ଏମିତି କହିଥିଲେ ବିଜେଡି ସୁପ୍ରିମୋ। ଆଉ ଆଜି ସୋସିଆଲ ମିଡିଆରେ ନବୀନଙ୍କୁ କାଉଣ୍ଟର ଆଟାକ କରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଲେଖିଛନ୍ତି। ଓଡ଼ିଶାବାସୀ ନବୀନ ବାବୁଙ୍କୁ ୨୪ ବର୍ଷ ସମର୍ଥନ ଦେଲେ। ୨୪ ବର୍ଷରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇପାରିଲାନି। ମହାନଦୀରେ ଗୋଟିଏ ବି ବନ୍ଧ ହୋଇପାରିଲାନି।
୨୪ ବର୍ଷ ଭିତରେ ନବୀନ ଓଡିଆ ମଧ୍ୟ ଶିଖି ପାରିଲେନି। ତାହା ଓଡିଶା ବାସୀଙ୍କ ପ୍ରତି ବେଇମାନୀ ନୁହେଁ କି। ଏହା ସହ ଅନୀଲ ପ୍ରଶ୍ନ କରିଛନ୍ତି ରାଜୁ ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ କାହିଁକି ଗଲେନି ନବୀନ। ବିଜେଡିର ନେତା ଯେତେବେଳେ ରାଜୁଙ୍କ ପରିବାରକୁ ଅପଶବ୍ଦ କହିଲେ। ନବୀନ ଶୁଣି ବି ଚୁପ୍ ରହିଲେ। ବୈଜୟନ୍ତ ପଣ୍ଡା, ଦିଲୀପ ରାୟ, ବିଜୟ ମହାପାତ୍ର ଯେଉଁମାନେ ନବୀନଙ୍କୁ ରାଜନୀତିକୁ ଆଣିଥିଲେ ସେମାନଙ୍କ ପ୍ରତି ନବୀନ ଯାହା କଲେ ତାକୁ ବେଇମାନ କୁହାଯିବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅନୀଲ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ କାଉଣ୍ଟର ଆଟାକ କରି କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କ ସହ ବିଶ୍ବାସଘାତ ହୋଇଛି। ୨୪ ବର୍ଷର ବିଶ୍ବାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ। ନୂଆପଡ଼ା ନିର୍ବାଚନରେ ଜବାବ ଦେବେ ସୁଭଦ୍ରା ଭଉଣୀ ବୋଲି ଏକ୍ସରେ ଲେଖିଛନ୍ତି ପ୍ରଭାତୀ । ତେବେ ୨୦୧୨ ମସିହାର ମିଡ୍ ନାଇଟ ଅପରେସନ ଯୋଗୁଁ ପ୍ୟାରୀମୋହନ ମହାପାତ୍ରଙ୍କୁ ବେଇମାନ କହିଥିଲେ ନବୀନ। ଆଉ ଏବେ ନୂଆପଡା ନିର୍ବାଚନୀ ମୈଦାନରେ ପୁଣି ଥରେ ସେଇ ଶବ୍ଦ ପ୍ରୟୋଗ ପରେ ରାଜନୀତି ତେଜିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ନୂଆପଡାରେ ପ୍ରଭାବ ପକାଇବ ବେଇମାନ ପଲିଟିକ୍ସ ବୟାନବାଜି।
Kalpana Dholakia’s emotional message targets BJD: ଭିଡ଼ିଓ ଛାଡ଼ି ବିଜେଡିକୁ ଧୋଇଲେ କଳ୍ପନା ଢୋଲକିଆ, ନୂଆପଡ଼ା ଭୋଟ୍ ପୂର୍ବରୁ ମର୍ମଭରା ଅଭିବ୍ୟକ୍ତି ବାଢ଼ିଲେ

Major rail tragedy: ଭୟଙ୍କର ଟ୍ରେନ ଦୁର୍ଘଟଣା, ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍

Doctor kills wife: 'ତୁମ ପାଇଁ ମୁଁ ମୋ ଡାକ୍ତର ସ୍ତ୍ରୀକୁ ହତ୍ୟା କରିଛି': ଡାକ୍ତର ଓଭରଡୋଜ୍ ଦେଇ ପତ୍ନୀଙ୍କୁ ହତ୍ୟା କରି ପ୍ରେମିକାକୁ ମେସେଜ୍ ପଠାଇଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)