Advertisment

ହାଇକୋର୍ଟ କହିଲେ, ଲକ୍‌ଡାଉନବେଳେ ଗାଡ଼ି ଜବତ କରିପାରିବନି ପୋଲିସ୍‌

କଟକ: କରୋନା ଲକ୍‌ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି। ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି। ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ […]

author-image
Abinash Pati
ହାଇକୋର୍ଟ କହିଲେ, ଲକ୍‌ଡାଉନବେଳେ ଗାଡ଼ି ଜବତ କରିପାରିବନି ପୋଲିସ୍‌

locksnoq

କଟକ: କରୋନା ଲକ୍‌ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି।

Advertisment

ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି। ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ ଲୋକଙ୍କୁ ହଇରାଣ ନ କରାଯାଉ ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ସ୍ୱତନ୍ତ୍ର ଗାଇଡଲାଇନ ସହ ଜିନିଷ ଉପଲବ୍ଧ ବ୍ୟବସ୍ଥା କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି।

Advertisment
Advertisment