/odishatv-khabar/media/post_attachments/uploadimage/library/16_9/16_9_0/dsfsdf_1626763551.jpg)
dsfsdf
ଭୁବନେଶ୍ୱର: ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି। ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି।
Advertisment
ପୁରସ୍କାର ବାବଦକୁ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି।
ସେହିଭଳି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା ସଂଗୀତ ସମ୍ମାନ’ ଓ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯାଇଛି।
ପୁରସ୍କାର ବାବଦରେ ଉଭୟଙ୍କୁ ଏକ ଲକ୍ଷ ୫୦ହଜାର ଟଙ୍କା ଲେଖାଏ ମିଳିଛି। ସାହିତ୍ୟ ଓ କଳା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ଲାଗି ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ଇମ୍ପା ପକ୍ଷରୁ ୧୯୭୯ ମସିହାରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇ ଆସୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)