Advertisment

ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ନୂଆଁଖାଇ ଜୁହାର

ଭୁବନେଶ୍ୱର: କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖ ନୂଆଁ ଖାଇରେ ଶୁଭେଚ୍ଛା ଜଣାଇଛନ୍ତି। ନୂଆଁଖାଇ ଜୁହାର ! ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ। ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ। ଏହି ପର୍ବ ମନୁଷ୍ୟ […]

author-image
Abinash Pati
ଅଦ୍ୟତନ ହୋଇଛି
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ନୂଆଁଖାଇ ଜୁହାର

nuakhai

ଭୁବନେଶ୍ୱର: କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖ ନୂଆଁ ଖାଇରେ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଉପରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି “ନୂଆଁଖାଇ ଜୁହାର! ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ। ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ। ଏହି ପର୍ବ ମନୁଷ୍ୟ ସହିତ ପ୍ରକୃତିର ଅତୁଟ ସମ୍ପର୍କକୁ ପ୍ରତିପାଦିତ କରିଥାଏ।”

Advertisment

ସେହିଭଳି ପ୍ରଧାନମନ୍ତ୍ରୀ ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହିତ ଟ୍ୱିଟ୍ କରି ଲେଖିଛନ୍ତି “ଆମର ଚାଷୀ ଭାଇମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆଁଖାଇ ଜୁହାର।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୂଆଁଖାଇ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁରୀ ଭାଷାରେ ସେ ଲେଖିଛନ୍ତି “ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରନ୍ତୁ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍।”

ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡ଼ିଶା ପୋଲିସ ଡିଜି ଅଭୟ ମଧ୍ୟ ଟ୍ୱିଟ୍ କରି ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି।

Advertisment
Advertisment