Advertisment

ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ଆବେଦନର ଶେଷ ତାରିଖ ରହିବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୮ରେ ଛାତ୍ରଛାତ୍ରୀମାନେ ଆବେଦନ କରିବା ପରେ ସେପ୍ଟେମ୍ବର ୨୮ ତାରିଖରେ ଆବେଦନର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।  ସେହି ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିହେବ। ସେହିପରି […]

author-image
Abinash Pati
ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ

plus-three-admission

ଭୁବନେଶ୍ୱର: ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ଆବେଦନର ଶେଷ ତାରିଖ ରହିବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ସେପ୍ଟେମ୍ବର ୮ରେ ଛାତ୍ରଛାତ୍ରୀମାନେ ଆବେଦନ କରିବା ପରେ ସେପ୍ଟେମ୍ବର ୨୮ ତାରିଖରେ ଆବେଦନର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।  ସେହି ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିହେବ।

ସେହିପରି ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି। ଏଥିସହିତ ସେହି ୮ ତରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।

Advertisment
Advertisment
Advertisment