Advertisment

ଏଇ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଚଳିତ ମାସ ବାହାରିବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଫଳ ପ୍ରକାଶ ପାଇବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି। […]

author-image
Abinash Pati
ଅଦ୍ୟତନ ହୋଇଛି
ଏଇ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

sameer

ଭୁବନେଶ୍ୱର: ଚଳିତ ମାସ ବାହାରିବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଫଳ ପ୍ରକାଶ ପାଇବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି।

Advertisment

ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅଗଷ୍ଟ ୨ ତାରିଖରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଏଥିସହ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ ଶିକ୍ଷକ, ଶିକ୍ଷା କଲେଜର ଶିକ୍ଷକଙ୍କୁ ମିଳିବ ଅନଲାଇନ ଶିକ୍ଷା ତାଲିମ୍ ଦିଆଯିବ ବୋଲି ମଧ୍ୟ କହିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ଟ୍ରେନିଂ ଦିଆଯିବ। ଏସବୁ ଶିକ୍ଷାନଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନ ହେବ ଓ ରେଜଲ୍ଟ ହାର ବଢ଼ିବ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଏଥିସହ ଚଳିତବର୍ଷ ମାଟ୍ରିିକ ପରୀକ୍ଷାରେ ଜିରୋ ରେଜଲ୍ଟ ହୋଇଥିବା ୩୧ ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଖୁବ୍ ଶୀଘ୍ର ସେ ନିଜେ ଆଲୋଚନା କରିବେ ବୋଲି କହିଛନ୍ତି।

Advertisment

ପ୍ରକାଶ ଥାଉକି, ଗତ ୨୯ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍‌, ୧୮,୧୮୮ଜଣ B1 ଗ୍ରେଡ୍‌, ୩୧,୩୨୮ଜଣ B2 ଗ୍ରେଡ୍‌, ୪୯,୧୫୩ ଜଣ C ଗ୍ରେଡ୍‌, ୮୯,୫୫୬ ଜଣ D ଗ୍ରେଡ୍‌ ଓ ୨,୨୩,୧୯୫ଜଣ ଛାତ୍ରଛାତ୍ରୀଙ୍କୁ E ଗ୍ରେଡ୍‌ ମିଳିଛି।

Advertisment
Advertisment