/odishatv-khabar/media/post_attachments/uploadimage/library/16_9/16_9_0/Capture-30_1626170104.jpg)
Capture
ପିପିଲି: କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ କିଏ ହେବ ପ୍ରାର୍ଥୀ ? ଏ ନେଇ ଦଳରେ ଚାଲିଥିବା ହିସାବ ନିକାଷ ସରିନି। ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବ। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ।
ପୂର୍ବରୁ ଅନୁମାନ କରାଯାଉଥିଲା, ଅଜିତଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥୀ କରିବ ଦଳ। ହେଲେ କଂଗ୍ରେସର ଏହି ଯୋଜନା ଫେଲ ମାରିଛି। ଅଜିତ୍ଙ୍କ ପରିବାରରୁ କେହି ହେଲେ ପ୍ରାର୍ଥୀ ହେବେ ନାହିଁ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ କହିବା ଅନୁଯାୟର. ଅଜିତଙ୍କ ପରିବାରରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ କିନ୍ତୁ ସେମାନେ ମନା କରିଛନ୍ତି। ପ୍ଲାନ A ଆମର ଫେଲ୍ ମାରିଛି, ପ୍ଲାନ୍ B କାର୍ଯ୍ୟକାରୀ କରିବୁ।
ସୂଚନାଥାଉ କି, ଦଳ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି କଂଗ୍ରେସ୍ ନେତା ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବି ରେସରେ ଥିଲେ। ତେବେ ଅଜିତ୍ଙ୍କ ପରିବାର ପକ୍ଷରୁ ଏ ନେଇ ସ୍ପଷ୍ଟ ମନାକରିଦେବା ପରେ ଦଳ ଦ୍ୱିତୀୟ ବିକଳ୍ପ ଖୋଜିପାରେ।
କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଗତ ୧୪ ତାରିଖ କରୋନାରେ ମୃତ୍ୟୁ ଘଟିଥିଲା। ଅଜିତ୍ଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କର ମା’ ମଧ୍ୟ କରୋନାରେ ଆଖି ବୁଜିଥିଲେ। ଏପରି ସ୍ଥିତିରେ ମଙ୍ଗରାଜ ପରିବାରରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କର ଆଖି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)