Advertisment

Big Push for Villages: ବଜେଟ୍ ଫୋକସରେ ପଞ୍ଚାୟତ, ଗ୍ରାମୀଣ ବିକାଶ ପାଇଁ 44 ହଜାର 309 କୋଟି ବ୍ୟୟବରାଦ

ପଞ୍ଚାୟତ ଭୋଟ୍ ଆଗରୁ ପେଡ଼ି ଖୋଲିଦେଲେ କି ସିଏମ ମୋହନ। ଭତ୍ତା ହେବ କି ଗେମ୍ ଚେଞ୍ଜର୍। ରାଜ୍ୟ ବଜେଟରେ ପଞ୍ଚାୟତକୁ ଫୋକସ୍ ଦେଇ ଗ୍ରାମୀଣ ବିକାଶ ପାଇଁ ୪୪ ହଜାର ୩୦୯ କୋଟିର ବ୍ୟୟବରାଦକୁ ନେଇ ଚର୍ଚ୍ଚା।

author-image
Tapan Swain
RURAL-ODISHA

RURAL-ODISHA Photograph: (OTV)

ବଜେଟ ଫୋକସରେ ପଞ୍ଚାୟତ
ଭତ୍ତା, ରାସ୍ତା, ପାନୀୟ ଜଳକୁ ଗୁରୁତ୍ୱ
ଗ୍ରାମାଞ୍ଚଳରେ ପକ୍କା ଘର ପାଇଁ ବି ବଡ଼ ବ୍ୟୟବରାଦ
ଗ୍ରାମୀଣ ବିକାଶ ପାଇଁ 44 ହଜାର 309 କୋଟି ବ୍ୟୟବରାଦ

Advertisment

ଗତକାଲି ମୁଖ୍ୟମନ୍ତ୍ରୀ ଆଗତ କରିଥିବା 2026-27 ବଜେଟରେ ଭତ୍ତା ବାବଦ ବଡ଼ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା। କାରଣ ବାର୍ଦ୍ଧକ୍ୟ ହେଉ କିି ବିଧବା ଅବା ଅନ୍ୟ କୌଣସି ଭତ୍ତା ପାଇଁ ଏବେ ଆଉ କାହାର ମରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବନି। 60 ଛୁଉଁ ଛୁଉଁ ମିଳିଯିବ ବାର୍ଦ୍ଧକ୍ୟ ଭତ୍ତା। ଯେଉଁଥିପାଇଁ ଭତ୍ତା ଅପେକ୍ଷରେ ଥିବା ବ୍ୟକ୍ତିଙ୍କ ଭିତରେ ଜାଗିଛି ଆଶା।

60 ବର୍ଷ ଅତିକ୍ରାନ୍ତ ପରଠୁ ଭତ୍ତା ପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ସାର। କିନ୍ତୁ ଭତ୍ତା ତାଲିକାରେ ନାଁ ଉଠୁନି। ହେଲେ ସରକାରଙ୍କ ଏ ନିଷ୍ପତ୍ତି ସାମାଜିକ ସୁରକ୍ଷା ପେନସନରୁ ବାଦ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କ ମୁହଁରେ ଖୁସି ଖେଳାଇଛି।

Advertisment

ବିକଶିତ ଗାଁ ବିକଶିତ ଓଡିଶା

ଖାଲି ଭତ୍ତା ନୁହେଁ ଗ୍ରାମାଞ୍ଚଳରେ ପକ୍କା ଘର, ରାସ୍ତା, ପାନୀୟ ଜଳ ଏବଂ ରୋଜଗାର ପାଇଁ ବି ହାତ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବହୁ ଚର୍ଚ୍ଚିତ ବିକଶିତ ଗାଁ ବିକଶିତ ଓଡିଶା ପାଇଁ 2 ହଜାର କୋଟି, ନୂଆ ଯୋଜନା ଭିବି-ଜି ରାମ-ଜି ରେ 5 ହଜାର 575 କୋଟି ବ୍ୟୟ ବରାଦ, ମନରେଗାରେ ଅସଂମ୍ପୂର୍ଣ୍ଣ ଥିବା କାମ ଗୁଡିକୁ ସମ୍ପୂର୍ଣ୍ଣ କରିବାକୁ 1500 କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ 3491, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 750 କୋଟି ବ୍ୟୟବରାଦ, ଦାଦନ ରୋକିବାକୁ 220 କୋଟିର ଡାଲଖାଇ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ 2445 କୋଟି, ଅନ୍ତ୍ୟୋଦୟ ଗୃହ ଯୋଜନାରେ 2000 କୋଟି ରଖାଯାଇଛି।

ସେତିକି ନୁହେଁ ଜଳ ଜୀବନ ମିଶନରେ 7 ହଜାର କୋଟି ବ୍ୟବସ୍ଥା, ବିଜୁ ଗ୍ରାମ ଜ୍ୟୋତି ପାଇଁ 357 କୋଟି ସହ ଅପହଞ୍ଚ ଜନବସତିକୁ ପକ୍କା ସଡ଼କ ପାଇଁ ହଜାରେ କୋଟିର ବ୍ୟୟବରାଦ ବି ହୋଇଛି। ତେଣୁ 2026-27ରେ ଗ୍ରାମାଞ୍ଚଳ ପାଇଁ ସରକାର ନେଇଥିବା ପଦକ୍ଷେପ ପଂଚାୟତରେ  ବଡ଼ ପ୍ରଭାବ ପକାଇବା ନେଇ ଚର୍ଚ୍ଚା।...

ଆଉ 6 ମାସ ପରେ ନୂଆ ପୌରାଞ୍ଚଳ ସହ ପଞ୍ଚାୟତ ନିର୍ବାଚନ ଆଗୁଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ କମିଶନ ଏନେଇ ପ୍ରସ୍ତୁତି ବି ଆରମ୍ଭ କରିଛନ୍ତି। ତେଣୁ ଘୋଷଣା ହେଇଥିବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ପାରିଲେ ବଜେଟ ବିଜେପି ପାଇଁ ଗେମ ଚେଞ୍ଜର ହୋଇପାରେ ବୋଲି କୁହାଯାଉଛି। 




Budget Rural Areas
Advertisment
Related Articles
Advertisment