/odishatv-khabar/media/media_files/2026/02/21/wine-in-tetra-pack-2026-02-21-19-31-57.jpg)
WINE-IN-TETRA-PACK Photograph: (OTV)
ଏଣିକି କ୍ଷୀର, ଜୁସ ପ୍ୟାକେଟ ଭଳି ମିଳିବ ମଦ !
180 ଏମଏଲ ବା ନିବ୍ ଏବେ ମୋଟା କାଗଜ ପ୍ୟାକେଟରେ ଆସିବ
କାଚ ବୋତଲରେ ମଦ ବିକ୍ରି ଉପରେ ଲାଗିପାରେ କଟକଣା
ବିଧାନସଭାରେ ଏସଂପର୍କିତ ଅବକାରୀ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ସରକାରଙ୍କ ଏଭଳି ବଡ଼ ନିଷ୍ପତ୍ତିର ସୁରାକ୍। ରାଜ୍ୟରେ ଠିପିଖୋଲା ଓ ଠିପି ବନ୍ଦ ମଦ କାଚ ବୋତଲରେ ବିକ୍ରି କାରଣରୁ ପରବର୍ତ୍ତୀ ସମୟରେ ଏହା ଅଘଟଣର କାରଣ ସାଜୁଥିବା ଦର୍ଶାଇ ଏହାର ବିକଳ୍ପ ବ୍ୟବସ୍ଥା ସଂପର୍କରେ ସରକାରଙ୍କ ପଦକ୍ଷେପ ଜାଣିବାକୁ ଚାହିଁଥିଲେ ବିଧାୟକ ସନା ମହାକୁଡ଼।
ପରିବେଶ ସୁରକ୍ଷା ପାଇଁ ଅନୁକୂଳ
ଯାହାର ଉତ୍ତରରେ ଅବକାରୀ ମନ୍ତ୍ରୀ ଦର୍ଶାଇଛନ୍ତି ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି। ଯାହା ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅନୁକୂଳ । ଏହା ସହିତ ପରିବେଶ ସୁରକ୍ଷା ଦୃଷ୍ଟିରୁ ସରକାର କାଚ ବୋତଲର ରିସାଇକ୍ଲିଂ ପାଇଁ ବି ଉତ୍ସାହିତ କରୁଥିବା ଉତ୍ତରରେ ଦର୍ଶାଯାଇଛି। ତେବେ ନୂଆ ଅବକାରୀ ନୀତିରେ ଏନେଇ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ।
ତେବେ କଣ ଏହି ଟେଟ୍ରା ପ୍ୟାକ ? ବିଶେଷକରି ମୋଟା ପେପର, ଆଲୁମିନିୟମ ଫଏଲ, ପଲିଥିନ ଭଳି ତିନିଟି କାଟେଗୋରିରେ ଆସୁଛି ପ୍ୟାକ। ଏହାର ଫାଇଦା ହେଉଛି, ସହଜରେ ବ୍ରେକେଜ ହେବ ନାହିଁ। ଲୋକେ ରେଡି ଟୁ ଡ୍ରିଙ୍କ ସୁବିଧା ପାଇବେ, ଏଥିସହ ହାଲୁକା ବି ହେବ। ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ଓଡିଶା ଏହି ପଦକ୍ଷେପ ନେବାକୁ ଯାଉଛି।
ତେବେ ମଦ ବ୍ୟବସାୟୀଙ୍କ କହିବା କଥା ଟେଟ୍ରା ପ୍ୟାକ୍ ସହଜରେ ନଷ୍ଟ ହେଉ ନଥିବାରୁ ଏହା ସେତେଟା ପରିବେଶ ଅନୁକୂଳ ହେବନି, ଏହାଦ୍ବାରା ପ୍ରଦୂଷଣ ବଢ଼ିବ। କିନ୍ତୁ ବଟଲିଂ ତୁଳନାରେ ଟେଟ୍ରା ପ୍ୟାକରେ ପ୍ୟାକେଜିଂ ଖର୍ଚ୍ଚ କମ୍ ରହିବ। ତେଣୁ ଏ ଫାଇଦା ସିଧା ଗ୍ରାହକଙ୍କ ପାଖକୁ ଯିବ ନା ସରକାରଙ୍କ ତହବିଲକୁ ଯିବ ତାକୁ ନେଇ ପ୍ରଶ୍ନ ଉଠିଛି।..
ତେବେ ନୂଆ ଅବକାରୀ ନୀତିରେ ସରକାର ଟେଟ୍ରା ପ୍ୟାକରେ ମଦବିକ୍ରିକୁ ନେଇ କି ସ୍ପଷ୍ଟତା ଆଣୁଛନ୍ତି ଏବେ ତା ଉପରେ ନଜର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)