Advertisment

'ଶ୍ରୀମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ'

ପୁରୀ: ଶ୍ରୀମନ୍ଦିର ୬୦୦ ସେବାୟତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ ହେଉଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୋଭିଡ୍ ପରିଚାଳନା ନେଇ ସ୍ବତନ୍ତ୍ର ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି ଯେ ଏଯାଏଁ ୬୦୦ ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। ବହୁ ସେବାୟତ ସୁସ୍ଥ ହୋଇଛନ୍ତି। ତେବେ ସେବାନୀତିରେ ଯେପରି ବ୍ୟାଘାତ ନଘଟେ, ସେନେଇ ଆଲୋଚନା ହୋଇଥିଲା। ସେବାୟତଙ୍କ […]

author-image
Chandan Shishu
ଅଦ୍ୟତନ ହୋଇଛି
'ଶ୍ରୀମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ'

jagannath-temple

ପୁରୀ: ଶ୍ରୀମନ୍ଦିର ୬୦୦ ସେବାୟତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ ହେଉଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

Advertisment

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୋଭିଡ୍ ପରିଚାଳନା ନେଇ ସ୍ବତନ୍ତ୍ର ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି ଯେ ଏଯାଏଁ ୬୦୦ ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। ବହୁ ସେବାୟତ ସୁସ୍ଥ ହୋଇଛନ୍ତି। ତେବେ ସେବାନୀତିରେ ଯେପରି ବ୍ୟାଘାତ ନଘଟେ, ସେନେଇ ଆଲୋଚନା ହୋଇଥିଲା।

ସେବାୟତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପରିସରରେ ପାନଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ପାନ ଖାଇଥିବା ସେବାୟତଙ୍କୁ ଛାଡ଼ିଲେ ଦ୍ୱାର ଜଗୁଆଳି ଦଣ୍ଡିତ ହେବେ।

Advertisment

କରୋନା ସଂକ୍ରମଣ ଯୋଗୁଁ ମନ୍ଦିର ଖୋଲିବାକୁ ସେବାୟତ ଅମଙ୍ଗ ହେଉଥିବା ଜିଲ୍ଲାପାଳ କହିଛନ୍ତି। ତେବେ ସ୍ୱର୍ଗଦ୍ୱାର ଖୋଲିବା ପାଇଁ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି

ସେହିପରି କରୋନା ଆକ୍ରାନ୍ତ ଗୁରୁତର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନିଷ୍ପତ୍ତି ହୋଇଛି:-

  • ପରିସ୍ଥିତି ପରିଚାଳନା ପାଇଁ ପୁରୀ ଓ ଭୁବନେଶ୍ୱରେ ୨ଟି ଟିମ୍ ରହିବେ।
  • ଗୁରୁତରଙ୍କୁ ଜିଲ୍ଲା ବାହାରକୁ ନେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା।
  • ଭେଣ୍ଟିଲେଟର ସିଷ୍ଟମ ଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯିବ।
Advertisment
Advertisment