Advertisment

କଟକରେ ବାର୍ଡ ଫ୍ଲୁ: ବତକ ପ୍ରଜନନ କେନ୍ଦ୍ରରେ ମରାଗଲା ବତକ

କଟକ: ବାର୍ଡ ଫ୍ଲୁ ଆଶଙ୍କାରେ ପ୍ରଶାସନ କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡା ମାରିଛି। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି। ବତକ ଓ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହରେ ଭୋପାଳକୁ ନମୁନା ପଠାଯାଇଥିଲା। ଶୁକ୍ରବାର ରିପୋର୍ଟ ଆସିବା ପରେ ସେହି ରାତିରେ ଶହ ଶହ କୁକୁଡ଼ା ଓ ବତକ ମରାଯାଇଥିଲା। କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ପରେ […]

author-image
Jyotsnamayee Pradhan
କଟକରେ ବାର୍ଡ ଫ୍ଲୁ: ବତକ ପ୍ରଜନନ କେନ୍ଦ୍ରରେ ମରାଗଲା ବତକ

bird

କଟକ: ବାର୍ଡ ଫ୍ଲୁ ଆଶଙ୍କାରେ ପ୍ରଶାସନ କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡା ମାରିଛି। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି।

Advertisment

ବତକ ଓ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହରେ ଭୋପାଳକୁ ନମୁନା ପଠାଯାଇଥିଲା। ଶୁକ୍ରବାର ରିପୋର୍ଟ ଆସିବା ପରେ ସେହି ରାତିରେ ଶହ ଶହ କୁକୁଡ଼ା ଓ ବତକ ମରାଯାଇଥିଲା।

କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ପରେ ବତକ ପ୍ରଜନନ କେନ୍ଦ୍ରର ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡା, ବତକ ଓ ଅଣ୍ଡା ମହଜୁଦ ଥିଲା, ସେଗୁଡିକୁ ନଷ୍ଟ କରାଯାଇଛି।

Advertisment

ଆଜି ସିଡିଭିଓ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଟିମ୍ ବିଭିନ୍ନ ଅଞ୍ଚଳ ବୁଲି ଦେଖୁଛନ୍ତି। ସଂକ୍ରମିତ ଅଞ୍ଚଳରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା, ବତକ ମାଂସ ଓ ଅଣ୍ଡା ନଖାଇବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

Advertisment
Advertisment