Advertisment

ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ ୨୦୧୯: ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ(ଓସିଏ) ୨୦୧୯ରେ କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ସମ୍ମାନିତ କରାଯାଇଛି। ସେହିପରି […]

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha Citizens Award 2019

otv

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି।

Advertisment

publive-image

ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ(ଓସିଏ) ୨୦୧୯ରେ କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ସମ୍ମାନିତ କରାଯାଇଛି। ସେହିପରି ସାମାଜିକ ସେବା ଲାଗି ସୁଧିର ରାଉତ, କ୍ରୀଡା କ୍ଷେତ୍ରରେ ପ୍ରମୋଦ ଭଗତ, ସ୍ବାସ୍ଥ୍ୟରେ ହୃଦ୍‌ରୋଗ ବିଶେଷଜ୍ଞ ଡଃ ଜେପି ଦାଶ ସମ୍ମାନିତ ହୋଇଛନ୍ତି।

publive-image

ରାଜନୀତି କ୍ଷେତ୍ରରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ମନୋରଞ୍ଜନ କ୍ଷେତ୍ରରେ ଯାତ୍ରା ହାସ୍ୟ ଅଭିନେତା ବ୍ରଜ ପାଣିଗ୍ରାହୀ, ବ୍ୟବସାୟ କ୍ଷେତ୍ର ପାଇଁ ସଂଗ୍ରାମ କୁମାର ଦାଶଙ୍କୁ ସମ୍ମାନିତ କରାଯାଇଛି।

Advertisment

ଚଳିତ ବର୍ଷ ଓସିଏର ଏହା ଅଷ୍ଟମ ସଂସ୍କରଣ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଓ ଅନଲାଇନ୍ ଭୋଟିଂ ଜରିଆରେ ବିଜେତାଙ୍କୁ ଚୟନ କରାଯାଇଥିଲା। ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ସମ୍ମାନିତ କରାଯାଇଛି।

publive-image

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ଟେଲେଭିଜନ ନେଟୱର୍କର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ନିକଟରେ ଚର୍ଚ୍ଚାକୁ ଆସିଥିବା ଟିଟଲାଗଡ଼ର ଦିବ୍ୟାଙ୍ଗ ଛାତ୍ରୀ ରୋହିଣୀ ଛୁରା ଓ ବଲାଙ୍ଗିର ଧୁଡ଼ୁକି ବାଦକ ପବିତ୍ର ଦଣ୍ଡସେନା ସଙ୍ଗୀତ ପରିବେଷଣ କରିଥିଲେ।

publive-image

ଓଡ଼ିଶା ସିଟିଜେନସ୍ ଆୱାର୍ଡ ୨୦୧୯ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆପଣମାନେ ଆସନ୍ତା ୨୮ ତାରିଖରେ ଓଟିଭିରେ ସନ୍ଧ୍ୟା ସାଢ଼େ ୭ଟାରୁ ଦେଖିପାରିବେ।

Odisha Citizens Award Odisha Citizens Award 2019
Advertisment
Advertisment