Advertisment

ଆସନ୍ତାକାଲି ଓଟିଭି 'ଫୋରସାଇଟ୍'କୁ ଆସିବେ ଏମାନେ

ଭୁବନେଶ୍ୱର: ଆସନ୍ତାକାଲି ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ ଆୟୋଜିତେ ହେବ। ଏଥିରେ ରାଜନୀତି, ଅର୍ଥନୀତି, ସଂସ୍କୃତି ସହ ଜଡ଼ିତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ହେବ ବିତର୍କ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ପ୍ରାରମ୍ଭିକ ସେସନ୍‌ରେ ବିତର୍କରେ ଭାଗ ନେଇ ନିଜସ୍ୱ ମତବ୍ୟକ୍ତ କରିବା ସହ ମାନସମନ୍ଥନ କରିବାର ପ୍ରସଙ୍ଗ ରହିଛି ‘SLOWDOWN AND BEYOND: IDEAS FOR A SUSTAINABLE […]

author-image
Abinash Pati
ଆସନ୍ତାକାଲି ଓଟିଭି 'ଫୋରସାଇଟ୍'କୁ ଆସିବେ ଏମାନେ

ff

ଭୁବନେଶ୍ୱର: ଆସନ୍ତାକାଲି ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ ଆୟୋଜିତେ ହେବ। ଏଥିରେ ରାଜନୀତି, ଅର୍ଥନୀତି, ସଂସ୍କୃତି ସହ ଜଡ଼ିତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ହେବ ବିତର୍କ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ।

Advertisment

ପ୍ରାରମ୍ଭିକ ସେସନ୍‌ରେ ବିତର୍କରେ ଭାଗ ନେଇ ନିଜସ୍ୱ ମତବ୍ୟକ୍ତ କରିବା ସହ ମାନସମନ୍ଥନ କରିବାର ପ୍ରସଙ୍ଗ ରହିଛି ‘SLOWDOWN AND BEYOND: IDEAS FOR A SUSTAINABLE AND EQUITABLE RECOVERY OF THE INDIAN ECONOMY’ ଫୋରସାଇଟ୍‌ର ଦ୍ୱିତୀୟ ସେସନ୍‌ରେ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ ପ୍ରସଙ୍ଗ ରହିଛି ‘ଯୋଜନାର ଉଦ୍ଦେଶ୍ୟ: ବିକାଶ ନା ଭୋଟ ବ୍ୟାଙ୍କ।’ ଯେଉଁଥିରେ ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଆମ୍ ଆଦ୍ମି ପାର୍ଟିର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଏବଂ ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି ଅଂଶ ଗ୍ରହଣ କରି ମତ ରଖିବେ।

ତୃତୀୟ ସେସନ୍‌ରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ଝା ଏବଂ ଅନ୍ତିମ ସେସନ୍‌ରେ ଅଭିନେତା ଅଲି ଫୈଜଲ ବିତର୍କରେ ଭାଗ ନେବେ ବଲିଉଡ୍ ସିନେମାର ଡିଜିଟାଲ ଯୁଗ ପ୍ରସଙ୍ଗରେ ଅଭିନେତା ଅଲି ଫୈଜଲ ମତ ରଖିବେ।

Advertisment
Advertisment
Advertisment