/odishatv-khabar/media/post_attachments/uploadimage/library/16_9/16_9_0/temple-123_1626757317.jpg)
temple
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଗାଁରେ ଥିବା ଧବଳେଶ୍ୱର ମନ୍ଦିର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି।
Advertisment
ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାଆ ପାର୍ବତୀଙ୍କ ସୁନା ଚେନ୍ ଓ ରୁପା ମୁକୁଟ ଚୋରି କରିବା ସହ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।
ସେହିପରି ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି କରିନେଇଥିବା ବେଳେ ଦାନବାକ୍ସ ଭାଙ୍ଗି ଲୁଟ୍ କରିଛନ୍ତି।/odishatv-khabar/media/post_attachments/wp-content/uploads/2019/03/bolangir-12.jpg)
Advertisment
ଆଜି ସକାଳେ ପୂଜାରୀ ମନ୍ଦିରକୁ ଯିବା ପରେ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସେ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଜଣାପଡ଼ିଥିଲା ଦୁଇଟି ମନ୍ଦିରରୁ ଏସବୁ ମୂଲ୍ୟବାନ ଗହଣା ଓ ଟଙ୍କା ଚୋରି ହୋଇଛି।
ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)