Advertisment

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲରେ ଫି ୩୦ ପ୍ରତିଶତ ଯାଏ କମିପାରେ।  ଏନେଇ ଆଜି ହାଇକୋର୍ଟରେ ସୁପାରିଶ ହୋଇଛି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହି ସୁପାରିଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ଼ କରାଯାଇନି। […]

author-image
Abinash Pati
କମିବ ଘରୋଇ ସ୍କୁଲ୍‌ ଫି !

school

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲରେ ଫି ୩୦ ପ୍ରତିଶତ ଯାଏ କମିପାରେ।  ଏନେଇ ଆଜି ହାଇକୋର୍ଟରେ ସୁପାରିଶ ହୋଇଛି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହି ସୁପାରିଶ କରିଛନ୍ତି।

Advertisment

ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ଼ କରାଯାଇନି। ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫି’ରେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏ ଫିରେ ୨୦ ପ୍ରତିଶତ ଛାଡ଼ କରାଯିବାକୁ ସୁପାରିଶ ହୋଇଛି।

ସେହିପରି  ୭୨ରୁ ୧ ଲକ୍ଷ ଟଙ୍କା ଫି’ରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ କମାଇବାକୁ ସୁପାରିଶ ହୋଇଛି। ରେସିଡେନ୍ସିଆଲ ସ୍କୁଲଗୁଡ଼ିକର ଫି ୩୦% ହ୍ରାସ ପାଇଁ କମିଟି ସୁପାରିଶ କରିଛି।

Advertisment

ସେହିପରି ଅନ୍ୟାନ୍ୟ ଆନୁସାଙ୍ଗିକ ଫି ସମ୍ପୂର୍ଣ୍ଣ ଛାଡ଼ କରିବା ଲାଗି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି କମିଟି ଗଠନ ହୋଇଥିଲା। ଏଥିରେ ଅଭିଭାବକ ମହାସଂଘ, ଘରୋଇ ସ୍କୁଲ ଶିକ୍ଷକ ସଂଘ ଓ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ସାମିଲ ହୋଇଥିଲେ।

Advertisment
Advertisment