/odishatv-khabar/media/post_attachments/uploadimage/library/16_9/16_9_0/assembly-2_1625286678.jpg)
assembly
ଭୁବନେଶ୍ୱର: କରୋନା ପରିସ୍ଥିତି ଭିତରେ ଆଜି ବିଧାନସଭା ଅଧିବେଶନ ବସିଥିଲା। ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ କୋଭିଡ୍ ତାତି ଦେଖିବାକୁ ମିଳିଥିଲା। ଆଜି ଗୃହରେ ମାସ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ମାସ୍କ ଓ ପିପିଇ କିଟ୍ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରିଭିଲେଜ୍ ନୋଟିସ୍ ଆକାରରେ ଏହି ପ୍ରସଙ୍ଗ ଉଠାଇ ସେ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଛନ୍ତି।
କାହିଁକି କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯାଇଥିଲା ସେ ନେଇ ସରକାର ଉତ୍ତର ଦିଅନ୍ତୁ ବୋଲି ପ୍ରଦୀପ୍ତ ଦାବି କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କୋଭିଡ୍ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି। ମେଡିକାଲରେ ସାଧାରଣ ଲୋକଙ୍କ ପାଇଁ ବ୍ୟବସ୍ଥା ନ ଥିବା ତଥା ଲୋକେ ହଇରାଣ ହେଉଥିବା ସେ କହିଛନ୍ତି।
ସେହିପରି ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ହେଉଥିବା କହିଛନ୍ତି ସୁରେଶ। ପୂର୍ବରୁ ଆଜି ସକାଳେ କରୋନା ସଂକ୍ରମଣ ଭିତରେ ଆରମ୍ଭ ହୋଇଥିଲା ବିଧାନସଭାର ମୌସୁମୀ ଅଧିବେଶନ। ସାମାଜିକ ଦୂରତା ଓ କରୋନା କଟକଣା ପାଳନ କରି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭା ଭିତରେ ୮୫ ଜଣ ଓ ମୁଖ୍ୟମନ୍ତ୍ରୀଙ୍କ ସହ ୯ ଜଣ ବିଧାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ।
ଗୃହକାର୍ଯ୍ୟ ଆରମ୍ଭରୁ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ଦିବଂଗତ ଦୁଇ ବିଧାୟକ, ପୂର୍ବତନ ସଦସ୍ୟ, ସହିଦଙ୍କ ସମେତ ୧୮ ଜଣ ଏବଂ କୋଭିଡ୍ ଯୋଦ୍ଧାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)