/odishatv-khabar/media/post_attachments/uploadimage/library/16_9/16_9_0/tara-bahini-pati_1625286527.jpg)
tara-bahini-pati
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ। ବିଲ୍କୁ ତୀବ୍ର ବିରୋଧ କରିବା ସହ ବିଲ୍ର କପିକୁ ଚିରି ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଲ୍କୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ଗୃହରେ ଦାବି ଉଠାଇଥିଲେ ତାରା।
ସେହିପରି ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ତୀବ୍ର ବିରୋଧ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ବିଲ୍ ଯୋଗୁଁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ। ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଦୀପ୍ତ ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ବିଶ୍ୱବିଦ୍ୟାଳୟ ବିଲ୍ ସପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମତ ରଖିବା ସହ ବିଲ୍ ଯୋଗୁଁ ବିଶ୍ୱବିଦ୍ୟାଳୟ ଅଟୋନମିରେ ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବନି ବୋଲି କହିଥିଲେ।
ସବୁ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ଆକ୍ଟ ଅନୁସାରେ ଚାଲିବ। ବିଶ୍ୱବିଦ୍ୟାଳୟ ବିଲ୍ରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)