Advertisment

ପୋଡ଼ି ହୋଇ ଜୀବନ ହାରିଲେ ଶ୍ରମିକ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ କଇଥାଡ଼ିହରେ ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁନି ଗୋଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ଗାଁରେ ବୋଲି ଜଣାପଡ଼ିଛି। ସେ ଗାଁର ଗୋଠପଡ଼ିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ସୂଚନା ଅନୁଯାୟୀ ଏହି ଇଟାଭାଟିରେ ୫ ଜଣ ବ୍ୟକ୍ତି କାମ କରୁଥିଲେ। ସମସ୍ତେ ଇଟାଭାଟି ପାଖରେ ଥିବା ଅସ୍ଥାୟୀ ଘରେ ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ […]

author-image
Jyotsnamayee Pradhan
ପୋଡ଼ି ହୋଇ ଜୀବନ ହାରିଲେ ଶ୍ରମିକ

fire

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ କଇଥାଡ଼ିହରେ ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁନି ଗୋଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ଗାଁରେ ବୋଲି ଜଣାପଡ଼ିଛି। ସେ ଗାଁର ଗୋଠପଡ଼ିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ।

Advertisment

ସୂଚନା ଅନୁଯାୟୀ ଏହି ଇଟାଭାଟିରେ ୫ ଜଣ ବ୍ୟକ୍ତି କାମ କରୁଥିଲେ। ସମସ୍ତେ ଇଟାଭାଟି ପାଖରେ ଥିବା ଅସ୍ଥାୟୀ ଘରେ ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ ସେହି ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ୪ ଜଣ ଘରୁ ବାହାରି ଆସିଥିବା ବେଳେ ବାବୁନି ବାହାରି ପାରି ନଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏନେଇ ସ୍ଥାନୀୟ ଲୋକେ ଧାମନଗର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment
Advertisment