/odishatv-khabar/media/post_attachments/uploadimage/library/16_9/16_9_0/death-12_1626758612.jpg)
death
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)।
Advertisment
ଆଜି ବାଲେଶ୍ୱର ଜିଲ୍ଲା ବିବେକାନନ୍ଦ ମାର୍ଗ ଅଞ୍ଚଳର ୪ ଜଣ ଯୁବକ ବଣ ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ତେବେ ଗାଧୋଇବା ବେଳେ ଅକ୍ଷୟ ପାଣିରେ ବୁଡ଼ି ଯାଇଥିଲେ। ଅକ୍ଷୟଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)