/odishatv-khabar/media/post_attachments/uploadimage/library/16_9/16_9_0/WhatsApp-Image-2021-02-20-a_1627367521.jpg)
mla
- ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବି
- ରେଳ ଲାଇନ୍ରେ ଶୋଇ ଆନ୍ଦୋଳନ କଲେ ବିଧାୟକ
- ରେଳପଥ ନିର୍ମାଣ ନହେଲେ ମାଲ ପରିବହନ କରାଇ ନଦେବାକୁ ଚେତାବନୀ
ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବିରେ ରେଳ ଲାଇନ୍ରେ ଶୋଇ ଆନ୍ଦୋଳନ କରିଛନ୍ତି ବିଧାୟକ ଲକ୍ଷ୍ମଣ ମୁଣ୍ଡା। ବିମଳଗଡ଼-ତାଳଚେର ସଂଗ୍ରାମ ସମିତି ପକ୍ଷରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସିପିଆଇଏମ୍ କର୍ମୀ ବିମଳଗଡ଼ଠାରେ ରେଳ ରୋକ କରିଥିଲେ। ରେଳପଥ ନିର୍ମାଣ ନହେଲେ ଏହି ଅଞ୍ଚଳରୁ ମାଲ ପରିବହନ କରାଇଦେବୁନି ବୋଲି ଆନ୍ଦୋଳନକାରୀ କହିଛନ୍ତି।
୫୦ ବର୍ଷ ହେଲା ଏହି ରେଳ ଲାଇନ୍ ନିର୍ମାଣ ହୋଇପାରୁନି। ରେଳଲାଇନ୍ ହେଲେ ଏହି ଅଞ୍ଚଳର ବିକାଶ ସହ ଯୋଗାଯୋଗ ବଢ଼ିବ। ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣରେ ବିଳମ୍ବ ଓ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଦେଉନଥିବାରୁ ରେଳ ଲାଇନ୍ ନିର୍ମାଣ ବିଳମ୍ବ ହେଉଥିବା କହିଛନ୍ତି ଆନ୍ଦୋଳନକାରୀ। ସେହିପରି ପାନପୋଷ ଷ୍ଟେସନରେ ବି ରେଳ ରୋକ୍ କରାଯାଇଥିଲା।
ଏନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ ତାହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ସେଠାକାର ଲୋକେ ରାଉର୍କେଲାରେ ଆସି ଟ୍ରେନ୍ ଧରୁଛନ୍ତି। ଛୁଆପିଲା ବଡ଼ ଯାଗାକୁ ପାଠ ପଢ଼ିବାକୁ ଯିବାକୁ ଚାହୁଁଥିଲେ ସେମାନେ ଯାଇପାରୁ ନାହାନ୍ତି। ସେଠାରେ ଯଥେଷ୍ଟ ସୁବିଧା ନଥିବାରୁ ସେଠାକାର ଲୋକେ କଟକ କିମ୍ବା ଭୁବନେଶ୍ୱର ମେଡିକାଲ ଯିବାକୁ ସେମାନଙ୍କର ଅସୁବିଧା ହେଉଛି। ସେମାନଙ୍କୁ ବହୁତ ଅସୁବିଧା ହେଉଛି। ତେଣୁ ଯଥାଶୀଘ୍ର ରେଳପଥ ନିର୍ମାଣ ଦାବି କରି କରିବାକୁ ଦାବି କରୁଛି ବୋଲି ଆନ୍ଦୋଳକାରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)