Advertisment

ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଟିଭି

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା ଟେଲିଭିଜନ ନେଟୱର୍କ। ପ୍ରଥମ ଓଡ଼ିଆ ଚ୍ୟାନେଲ୍‌ ଭାବେ ଓଟିଭିକୁ ଏହି ସଫଳତା ମିଳିଛି। ଜୁଲାଇ ମାସର BARC’s ନେଟ୍‌ୱାର୍କ ଲେଭଲ ପରଫର୍ମାନ୍ସରେ ଲିଷ୍ଟର ୧୫ ଶ୍ରେଷ୍ଠ ନେଟ୍‌ୱର୍କ ମଧ୍ୟରେ ସ୍ଥାନ ପାଇଛି ଓଟିଭି। ଓଡ଼ିଶା ଏବଂ ବାହାରେ ରହୁଥିବା ଓଡ଼ିଆଙ୍କ ଅଜଶ୍ର ସମର୍ଥନ ଓ ଭଲପାଇବା ହିଁ ଓଟିଭିକୁ  ଏହି ସଫଳତା ଆଣି ଦେଇଛି। ଓଡ଼ିଶାର ନମ୍ବର ୱାନ୍‌ ଚ୍ୟାନେଲ ଭାବେ ଓଟିଭି […]

author-image
Abinash Pati
ଅଦ୍ୟତନ ହୋଇଛି
ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଟିଭି

otv

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା ଟେଲିଭିଜନ ନେଟୱର୍କ। ପ୍ରଥମ ଓଡ଼ିଆ ଚ୍ୟାନେଲ୍‌ ଭାବେ ଓଟିଭିକୁ ଏହି ସଫଳତା ମିଳିଛି। ଜୁଲାଇ ମାସର BARC’s ନେଟ୍‌ୱାର୍କ ଲେଭଲ ପରଫର୍ମାନ୍ସରେ ଲିଷ୍ଟର ୧୫ ଶ୍ରେଷ୍ଠ ନେଟ୍‌ୱର୍କ ମଧ୍ୟରେ ସ୍ଥାନ ପାଇଛି ଓଟିଭି। ଓଡ଼ିଶା ଏବଂ ବାହାରେ ରହୁଥିବା ଓଡ଼ିଆଙ୍କ ଅଜଶ୍ର ସମର୍ଥନ ଓ ଭଲପାଇବା ହିଁ ଓଟିଭିକୁ  ଏହି ସଫଳତା ଆଣି ଦେଇଛି।

Advertisment

ଓଡ଼ିଶାର ନମ୍ବର ୱାନ୍‌ ଚ୍ୟାନେଲ ଭାବେ ଓଟିଭି ସବୁବେଳେ ତାର ଦାୟିତ୍ୱ କରିଆସିଛି। 'ଖବର ଆମର ନିଷ୍ପତ୍ତି ଆପଣଙ୍କର' ନାରା ଦେଇ ଓଟିଭି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ନିରପେକ୍ଷ ସାମ୍ବାଦିକତାକୁ ଗୁରୁତ୍ୱ ଦେଇ ଆସୁଥିବା ଓଟିଭି ସବୁବେଳେ ଓଡ଼ିଶାବାସୀଙ୍କୁ ସୁଖ, ଦୁଃଖରେ ଛିଡ଼ା ହୋଇଛି। ଜନତାଙ୍କ ଜୀବନ ଜୀବିକାର କଥା କହିଛି। ବ୍ୟବସ୍ଥାର ନାଲି ଆଖିକୁ ଖାତିର ନ କରି ଲୋକଙ୍କ ପ୍ରଶ୍ନକୁ ପ୍ରସଙ୍ଗ କରିଛି। ଅସହାୟଙ୍କୁ ସବୁବେଳେ କହି ଆସିଛି "ଆପଣ ଏକା ନୁହଁନ୍ତି।"

Advertisment


ଓଟିଭିର ଏହି ସଫଳତା ବିଷୟରେ ସୂଚନା ଦେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା।

Advertisment
Advertisment