/odishatv-khabar/media/post_attachments/uploadimage/library/16_9/16_9_0/lagingis-750x430_1627107370.jpg)
lagingis-750x430
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଠିକ୍ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗସ। ଆଜି ଏପରି ଘଟଣା ବ୍ରହ୍ମପୁରରେ ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଇ ଛାଡ଼ି ଦେଇଛି।
Advertisment
ଆଜି ଶନିବାର ଥିବାରୁ ପିଲାମାନେ ଧଳା ୟୁନିଫର୍ମ ପିନ୍ଧି ସ୍କୁଲ ଆସିବାର ନିୟମ ରହିଥିଲା। ମାତ୍ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଧଳା ଡ୍ରେସ୍ ଓ କଳା ଲେଗିଙ୍ଗସ ପ୍ୟାଣ୍ଟ ପିନ୍ଧି ଆସିଥିଲେ। ଯାହାକୁ ସ୍କୁଲର ଶିକ୍ଷୟିତ୍ରୀ ପୁଷ୍ପଲତା ବିରୋଧ କରିଥିଲେ। ଏପରିକି ଛାତ୍ରୀଙ୍କୁ ନେଇ ଲେଗିଙ୍ଗସ ପ୍ୟାଣ୍ଟଟିକୁ ଖୋଲି ଦେଇଥିଲେ। ଯାହାକୁ ନେଇ ଛାତ୍ରୀ ଜଣକ ମାନସିକ ଭାବେ ଆଘାତ ପାଇଥିଲେ। ପରେ କାନ୍ଦି କାନ୍ଦି ବାପାଙ୍କୁ ପୂରା ଘଟଣା କହିଥିଲେ। ଏକଥା ଶୁଣିବା ପରେ ଛାତ୍ରୀଙ୍କ ବାପା ଉତ୍କ୍ଷିପ୍ତ ହୋଇ ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ତା’ପରେ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାକୁ ଗୁରୁତର ସହ ନେଇ ଲେଗିଙ୍ଗସ ଖୋଲିଥିବା ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କୁ ଥାନାକୁ ଡାକି ଜେରା କରିଥିଲା। ସ୍କୁଲର ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷ ଘଟଣାକୁ ମଧ୍ୟ ସ୍ୱୀକାର କରିବା ସହିତ ଏପରି କେବେ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ସେମାନେ ପୁଲିସ ପାଖରେ ସ୍ୱୀକାରନାମା ଲେଖି ଦେଇଥିବା ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)