Advertisment

ନକଲି ପରୀକ୍ଷାର୍ଥୀଙ୍କୁ ରୋକିବାକୁ ଯୁକ୍ତ ୨ ପରୀକ୍ଷାରେ ଏମିତି ହେବ ଚେକିଂ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୧୪୩ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ୍ ମେମ୍ବର, ଜିଲ୍ଲା […]

author-image
Abinash Pati
ନକଲି ପରୀକ୍ଷାର୍ଥୀଙ୍କୁ ରୋକିବାକୁ ଯୁକ୍ତ ୨ ପରୀକ୍ଷାରେ ଏମିତି ହେବ ଚେକିଂ ବ୍ୟବସ୍ଥା

plus-2

ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୧୪୩ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Advertisment

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ୍ ମେମ୍ବର, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍ ଫୋନ୍‌ ଦାଖଲ କରିବେ। ଏହାସହ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଦାଖଲ ହୋଇଥିବା ମୋବାଇଲ ଫୋନର ତାରିଖ ଓ୍ୱାରୀ ତଥ୍ୟ ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସେହିଭଳି ପରୀକ୍ଷାର୍ଥୀମାନେ ପରୀକ୍ଷା ସରିବା ପୂର୍ବରୁ ପରୀକ୍ଷା କେନ୍ଦ୍ର ଛାଡ଼ିଲେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ। ମାଟ୍ରିକ ପରୀକ୍ଷାରେ ଏକାଧିକ ସ୍ଥାନରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଯୁକ୍ତ ୨ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦୁଇଥାକିଆ ଚେକିଂ ଓ ଚିହ୍ନଟ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଏଚ୍ଏସ୍ଇ ଅଧ୍ୟକ୍ଷ କହିଛନ୍ତି।

Advertisment

ଆସନ୍ତା ୩ ତାରିଖରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇ ୨୮ ତାରିଖ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ମୋଟ ୨୦ଟି ସିଂଟିରେ ରାଜ୍ୟର ୩ ଲକ୍ଷ ୫୦ ହଜାର ୮ ଶହ ପିଲା ପରୀକ୍ଷା ଦେବେ।

Advertisment
Advertisment