/odishatv-khabar/media/post_attachments/uploadimage/library/16_9/16_9_0/sameer-das_1625395802.jpg)
sameer-das
ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। +2 କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।
ପୂର୍ବରୁ ଅଗଷ୍ଟ ଶେଷରେ କଳା ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ CHSEର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶିତ ହୋଇ ସାରିଛି। ଅଗଷ୍ଟ ୧୯ ତାରିଖରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ପାସ୍ ହାର ୭୪.୯୫% ରହିଛି। ଚଳିତ ବର୍ଷ ମୋଟ୍ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୨୯ଟି କଲେଜରେ ଶତ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ୨ଟି କଲେଜ ରେଜଲ୍ଟ ଶୂନ ଥିଲା।
ସେହିଭଳି ଅଗଷ୍ଟ ୧୨ ତାରିଖରେ ପ୍ରକାଶ ପାଇଥିବା +2 ବିଜ୍ଞାନ ପରୀକ୍ଷା ଫଳରେ ପାସ୍ ହାର ୭୦.୨୧% ରହିଥିବା ବେଳେ ୯୭, ୩୭୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮, ୩୭୪ ଜଣ ପାସ୍ କରିଥିଲେ। ସେହଭଳି ୧୫ ସ୍କୁଲ୍ର ରେଜଲ୍ଟ ଜିରୋ ରହିଥିଲା। ଏନେଇ ସରକାର ଉକ୍ତ ସ୍କୁଲ୍ଗୁଡ଼ିକୁ ନୋଟିସ ମଧ୍ୟ କରିଥିଲେ। ସୂଚନା ଥାଉକି, ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)