Advertisment

କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି

ଭୁବନେଶ୍ୱର: କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି। ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ସରକାର ଆଣିଛନ୍ତି ‘ବଳରାମ’ ଯୋଜନା। ପୁରୁଣା ବୋତଲେ ନୂଆ ମଦ ଭଳି ପୂର୍ବରୁ ଥିବା ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ଜରିଆରେ ସରକାର ଭୂମିହୀନ ଚାଷୀଙ୍କୁ ୫୦ ହଜାର ଟଙ୍କା ବଦଳରେ ଦେଢ ଲକ୍ଷରୁ ୨ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କାଳିଆ ଭଳି ଦଳୀୟ କର୍ମୀ ଏଥିରୁ ଫାଇଦା ପାଇବେ ଓ ପ୍ରକୃତ […]

author-image
Abinash Pati
କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି

balaram yojna

ଭୁବନେଶ୍ୱର: କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି। ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ସରକାର ଆଣିଛନ୍ତି ‘ବଳରାମ’ ଯୋଜନା। ପୁରୁଣା ବୋତଲେ ନୂଆ ମଦ ଭଳି ପୂର୍ବରୁ ଥିବା ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ଜରିଆରେ ସରକାର ଭୂମିହୀନ ଚାଷୀଙ୍କୁ ୫୦ ହଜାର ଟଙ୍କା ବଦଳରେ ଦେଢ ଲକ୍ଷରୁ ୨ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କାଳିଆ ଭଳି ଦଳୀୟ କର୍ମୀ ଏଥିରୁ ଫାଇଦା ପାଇବେ ଓ ପ୍ରକୃତ ଭୂମିହୀନ ଚାଷୀ ବଞ୍ଚିତ ହେବେ ବୋଲି  ବିରୋଧୀ କହିଛନ୍ତି।

Advertisment

ବରଗଡ ଜିଲ୍ଲା ତୋରା ଗାଁର ଭୂମିହୀନ ଚାଷୀ ଦୁଖିଶ୍ୟାମ ପ୍ରଧାନ ଓ ନବ ସାହୁ ଗାଁର ଅନ୍ୟ ତିନି ଭୂମିହୀନ ଚାଷୀଙ୍କୁ ନେଇ ଗଠନ କରିଛନ୍ତି ଜଏଣ୍ଟ ଲାୟାବିଲିଟି ଗ୍ରୁପ୍। ବର୍ଷକୁ ଏହି ଗ୍ରୁପ୍‌କୁ ମିଳୁଥିଲା ୫୦ ହଜାର ଟଙ୍କା ଋଣ। ଜଣକା ଭାଗ ପଡୁଥିଲା ୧୦ ହଜାର ଟଙ୍କା, ଯାହାକି ସମୁଦ୍ରକୁ ଶଙ୍ଖେ।

ତେବେ ଗ୍ରୁପ୍ ଗଠନ ବେଳେ ଜଣଙ୍କୁ ୩୫ ହଜାର ଟଙ୍କା ଋଣ ମିଳିବ ବୋଲି କୁହାଯାଇଥିଲା। ହେଲେ ତାହା ମିଳୁନଥିଲା। ଠିକ୍ ସେଭଳି ଭାବେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବଡଓଜେଇ ଗାଁର ୫ଜଣ ଭୂମିହୀନ ଚାଷୀ  ୫୦ ହଜାର ଟଙ୍କା ଋଣ ନେଇଥିଲେ। ହେଲେ ଋଣ ସୁଝି ଦେବା ପରେ ବି ଏମାନଙ୍କୁ ଆଉ ଋଣ ମିଳିନଥିଲା। ଫଳରେ ଚାଷ କରିବାରେ ଏମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।publive-image

Advertisment

ଭୂମୀହୀନ ଚାଷୀଙ୍କ ସମସ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ବଳରାମ ଯୋଜନା ଲାଗୁ କରିଛନ୍ତି। ଏହା ଅନ୍ତର୍ଗତ ଦୁଇ ବର୍ଷରେ ୭ ଲକ୍ଷ ଚାଷୀଙ୍କୁ ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ମାଧ୍ୟମରେ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ପ୍ରତି ଗ୍ରୁପ୍‌କୁ ୫୦ ହଜାର ବଦଳରେ ଦେଢ଼ରୁ ୨ଲକ୍ଷ ଟଙ୍କା ଯାଏଁ ଋଣ ପାଇବେ। ସେହିପରି ପ୍ରତି କମର୍ସିଆଲ୍ ବ୍ୟାଙ୍କ ୧୦ଟି ଗ୍ରୁପକୁ ଋଣ ଦେବାକୁ ନିଷ୍ପତ୍ତି ହୋଇଛି। କୃଷକ ସାଥୀ, ବ୍ୟାଙ୍କମାନଙ୍କ ସହ ସମନ୍ୱୟ ରକ୍ଷା କରି ଗ୍ରୁପ ଲାଗି ରଣ ବ୍ୟବସ୍ଥା କରିବେ।

କାଳିଆ ଯୋଜନା ପରେ ଭୂମିହୀନ ଚାଷୀଙ୍କୁ ଋଣ ଦେବା ନେଇ ସରକାର ଆଣିଥିବା ବଳରାମ ଯୋଜନାକୁ  ସମାଲୋଚନା କରିଛନ୍ତି ବିରୋଧୀ। କାଳିଆ ଭଳି ଦଳୀୟ କର୍ମୀଙ୍କ ପାଇଁ ଏହି ବ୍ୟବସ୍ଥା ଓ ଚାଷୀଙ୍କ ହିତରେ ଲାଗିବ ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବିଜେଡି ଏହାର ଜବାବ୍ ରଖିଛି। ଇଏ ସମ୍ପୂର୍ଣ୍ଣରୂପେ ଚାଷୀଙ୍କ ସ୍ୱାର୍ଥ୍ୟ ରକ୍ଷା ପାଇଁ ହୋଇଛି। ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଜେଡି କହିଛି।

ନିର୍ବାଚନ ବୈତରଣୀ ପାର ହେବା ସରକାର ପୂର୍ବରୁ କାଳିଆ ଯୋଜନା ଆଣିଥିଲେ। ତେବେ ଏଥିରେ ବ୍ୟାପକ ଅନିୟମିତତା ସାଙ୍ଗକୁ ବହୁ ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିଥିବା ଅଭିଯୋଗ ଆସିଥିଲା। ସେପଟେ ପରେ ଟଙ୍କା ଅଭାବରୁ ରାଜ୍ୟ ସରକାର ଏହାକୁ ପିଏମ୍‌କିଷାନ ଯୋଜନାରେ ମିଶାଇ ଦେଇଥିଲେ। ଏହାପରେ ବି ଅନେକ ଚାଷୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପଟେ ଡ୍ରାଫଟ୍ ଓଡିଶା ଏଗ୍ରିକଲଚରାଲ୍ ଲ୍ୟାଣ୍ଡି ଲିଜିଂ ଅ ବା ଭାଗଚାଷ ଆଇନ୍ ଆଜି ଯାଏଁ କାର୍ଯ୍ୟକାରୀ ହୋଇନି। ଏଭଳି ସ୍ଥିତିରେ ବଳରାମ ଯୋଜନା କିଭିଳି କାର୍ଯ୍ୟକାରୀ ହେବ ତା ଉପରେ ନଜର ରହିଛି।

Advertisment
Advertisment