Advertisment

ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା କରିବା ପରେ ରାଜ୍ୟ ସରକାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ରାଶି ଦେବେ ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ସହାୟତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତଦନୁଯାୟୀ ରାଜ୍ୟ ସରକାର ୬୦ ଜଣ ସହିଦଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ତେବେ […]

author-image
Abinash Pati
ଅଦ୍ୟତନ ହୋଇଛି
ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ଅନୁକମ୍ପା ରାଶି

cm-naveen

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା କରିବା ପରେ ରାଜ୍ୟ ସରକାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ରାଶି ଦେବେ ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ସହାୟତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତଦନୁଯାୟୀ ରାଜ୍ୟ ସରକାର ୬୦ ଜଣ ସହିଦଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ତେବେ କେନ୍ଦ୍ର ସରକାର ମାତ୍ର ଜଣେ ସହିଦଙ୍କୁ ସହାୟତା ଦେବାକୁ ସମ୍ମତି ଦେଇଥିଲେ। ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ରକୁ ଜଣାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଭିଡିଓ କନଫରେନ୍ସିକ୍‌ ମାଧ୍ୟମରେ କୋଭିଡ୍ ପରିଚାଳନାର ସମୀକ୍ଷା କରିବା ସହ ୮ ମାସ ଧରି କୋଭିଡ୍ ବିରୋଧରେ ଚାଲିଥିବା ଲଢ଼େଇରେ କାମ କରୁଥିବା ଯୋଦ୍ଧାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।  ତା’ ସହ ସହିଦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକଂପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି। ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ଭଲମନ୍ଦ ବୁଝିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ୮ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଛି। ସେ ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ ବାହାରିଛି। ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଓ ଏହା ସବୁ ବଡ଼ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।

Advertisment
Advertisment