Advertisment

Aahar Scheme: ‘ଆହାର’ ବ୍ୟୟ ବହନ କରିବେ ରାଜ୍ୟ ସରକାର, ୫ ବର୍ଷରେ ଖର୍ଚ୍ଚ ହେବ ୫୧୨ କୋଟି

୪ଟି ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ। ‘ଆହାର’ ବ୍ୟୟ ବହନ କରିବେ ରାଜ୍ୟ ସରକାର। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା।

author-image
Chinmayee Sahoo
Aahar Scheme

Aahar Scheme Photograph: (OTV)

‘ଆହାର’ ପାଇଁ ଏଣିକି ବ୍ୟୟ ବହନ କରିବେ ରାଜ୍ୟ ସରକାର। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ବ୍ୟୟ ହେବ ୫୧୨ କୋଟି। ଆହାର ଭୋଜନ ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକ ପରେ ନିଷ୍ପତ୍ତି ସଂପର୍କରେ ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କହିଛନ୍ତି, ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ ରହିବ। ରାଜ୍ୟ ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ କରିବେ। ଏଭଳି ଭାବେ ଆଜି ୪ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ସେହିପରି ଅନ୍ୟ ନିଷ୍ପତ୍ତି ଗୁଡ଼ିକ ହେଉଛି, ଆଗାମୀ ୧୦ ବର୍ଷରେ ୨ ଶହ ମିଡି ଇଲେକ୍ଟ୍ରିକ୍ ବସ୍ ଅଣାଯିବ। ଏଥିପାଇଁ ବ୍ୟୟ ହେବ ୯୫୨.୫୬ କୋଟି ଟଙ୍କା। କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପଯୋଜନା କାର୍ଯ୍ୟକାରିତା ପାଇଁ ବି ନିଷ୍ପତ୍ତି ହୋଇଛି। ଆସନ୍ତା ୪ ବର୍ଷ ପାଇଁ ବ୍ୟୟ ହେବ ୨୯୪.୩୬ କୋଟି ଟଙ୍କା। ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ। ବିମାନ ଚଳାଚଳ କ୍ଷେତ୍ର ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି। ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫୨୩.୯୮ କୋଟି।

Advertisment

ଅଧିକ ଦେଖନ୍ତୁ:


•    ୪ଟି ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ
•    ‘ଆହାର’ ବ୍ୟୟ ବହନ କରିବେ ରାଜ୍ୟ ସରକାର
•    କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା
•    ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ୫୧୨ କୋଟି ବ୍ୟୟ 
•    ‘ଆହାର’ ବ୍ୟୟ ବହନ କରିବେ ରାଜ୍ୟ ସରକାର
•    ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ
•    ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ କରିବେ
•    ଆଗାମୀ ୧୦ ବର୍ଷରେ ୨ ଶହ ମିଡି ଇଲେକ୍ଟ୍ରିକ୍ ବସ୍ ଆସିବ
•    ୨ ଶହ ମିଡି ଇଲେକ୍ଟ୍ରିକ୍ ବସ୍ ପାଇଁ ବ୍ୟୟ ହେବ ୯୫୨.୫୬ କୋଟି
•    କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପଯୋଜନା କାର୍ଯ୍ୟକାରିତା ନିଷ୍ପତ୍ତି
•    ଆସନ୍ତା ୪ ବର୍ଷ ପାଇଁ ବ୍ୟୟ ହେବ ୨୯୪.୩୬ କୋଟି
•    ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ
•    ବିମାନ ଚଳାଚଳ କ୍ଷେତ୍ର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ୪.୧୮୨ କୋଟି
•    ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫୨୩.୯୮ କୋଟି
•    ୪ଟି ବିଭାଗର ୫ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

Aahar Centre
Advertisment
Related Articles
Advertisment