Advertisment

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଉପଜିଲ୍ଲାପାଳ ସସ୍‌ପେଣ୍ଡ

ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ ମିଶ୍ର ସସ୍‌ପେଣ୍ଡ। ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ଉପଜିଲ୍ଲାପାଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ସସ୍‌ପେଣ୍ଡ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟାଳୟରେ ଜଣେ ମହିଳା କିରାଣୀ ଉପଜିଲ୍ଲାପାଳ ବିରୋଧରେ ଅଭିଯୋଗ କରିଥିଲେ। ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା କିରାଣୀ। ଘଟଣା ଅନୁସାରେ, ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି […]

author-image
Abinash Pati
ଅଦ୍ୟତନ ହୋଇଛି
ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଉପଜିଲ୍ଲାପାଳ ସସ୍‌ପେଣ୍ଡ

sanjaya

ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ ମିଶ୍ର ସସ୍‌ପେଣ୍ଡ। ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ଉପଜିଲ୍ଲାପାଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ସସ୍‌ପେଣ୍ଡ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟାଳୟରେ ଜଣେ ମହିଳା କିରାଣୀ ଉପଜିଲ୍ଲାପାଳ ବିରୋଧରେ ଅଭିଯୋଗ କରିଥିଲେ। ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା କିରାଣୀ।

Advertisment

ଘଟଣା ଅନୁସାରେ, ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ନିବେଦନ ମଧ୍ୟ କରିଥିଲେ। ଉପଜିଲ୍ଲାପାଳଙ୍କ ନାଁରେ ଉଠିଥିବା

ଅଭିଯୋଗର ତଦନ୍ତ ପାଇଁ ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରାଯାଇଛି। ଏହାସହ ଉକ୍ତ ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ ହୋଇଥିବା କମିଟି ମୁଖ୍ୟ କହିଛନ୍ତି। ଅନ୍ୟପକ୍ଷରେ, ଅଭିଯୋଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ଉପଜିଲ୍ଲାପାଳ ସଂଜୟ ମିଶ୍ର।

Advertisment
Advertisment
Advertisment