Advertisment

କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି କି ବିଜେଡି ?

ଭୁବନେଶ୍ୱର: କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି। ନିଜ ଅଧ୍ୟାଦେଶକୁ ବିଲ୍ ଭାବେ ବିଧାନସଭାରେ ଉପସ୍ଥାପନ ଲାଗି ଯୋଜନା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଓହରିଗଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଶୈଳୀରେ ପ୍ରଥମେ କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ଦୁଇଟି ଅଧ୍ୟାଦେଶ ଆଣିଥିଲା ରାଜ୍ୟ। ହେଲେ ବିଧାନସଭାରେ ଏହି ବିଲ୍‌କୁ ଆଣିଲେ ନାହିଁ। ବିଲ୍ ଆସିବା, ବିଧାନସଭା କାର୍ଯ୍ୟସୂଚିରେ ବି ସ୍ଥାନ ପାଇଥିଲା। ହେଲେ ସରକାର ହଠାତ୍ ନୀରବ ରହିଯାଇଥିଲେ। ତେବେ ପାର୍ଲାମେଣ୍ଟରେ […]

author-image
Abinash Pati
କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି କି ବିଜେଡି ?

odisha farmar bill

ଭୁବନେଶ୍ୱର: କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି। ନିଜ ଅଧ୍ୟାଦେଶକୁ ବିଲ୍ ଭାବେ ବିଧାନସଭାରେ ଉପସ୍ଥାପନ ଲାଗି ଯୋଜନା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଓହରିଗଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଶୈଳୀରେ ପ୍ରଥମେ କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ଦୁଇଟି ଅଧ୍ୟାଦେଶ ଆଣିଥିଲା ରାଜ୍ୟ। ହେଲେ ବିଧାନସଭାରେ ଏହି ବିଲ୍‌କୁ ଆଣିଲେ ନାହିଁ। ବିଲ୍ ଆସିବା, ବିଧାନସଭା କାର୍ଯ୍ୟସୂଚିରେ ବି ସ୍ଥାନ ପାଇଥିଲା। ହେଲେ ସରକାର ହଠାତ୍ ନୀରବ ରହିଯାଇଥିଲେ। ତେବେ ପାର୍ଲାମେଣ୍ଟରେ କେନ୍ଦ୍ରର କୃଷି ବିଲ୍ ଉପରେ ଆଲୋଚନା ବେଳେ ଏହାକୁ ବିରୋଧ କରିଥିଲା ବିଜେଡି। ଆଉ ରାଜ୍ୟରେ କୃଷି ବିଲ୍‌ ଯୋଜନା କରି ଓହରି ଗଲେ ରାଜ୍ୟ ସରକାର। 

Advertisment

ହେଲେ କାହିଁକି ସରକାରଙ୍କର ଏଭଳି ଆଭିମୂଖ୍ୟ? ଏଥିରେ କାହାର ଚାପ ଥିଲା କି ? ନା କେନ୍ଦ୍ର ଆଣିଥିବା କୃଷି ବିଲ୍‌କୁ ସାରା ଦେଶରେ ବିରୋଧକୁ ଦେଖି ପଛଘୁଞ୍ଚା ଦେଲେ ରାଜ୍ୟ ସରକାର। କାରଣ ରାଜ୍ୟ ସରକାର କେତେବେଳେ କେନ୍ଦ୍ର ଶୈଳୀରେ ଅଧ୍ୟାଦେଶ ଆଣି କେନ୍ଦ୍ରୀୟ ବିଲ୍‌କୁ ସମର୍ଥନ କଲା ଭଳି ଆଭିମୂଖ୍ୟ ନେଉଛି ତ ଆଉ କେତେବେଳେ ବିରୋଧ କରୁଛନ୍ତି।

କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଚିଠି ଲେଖିବା ପରେ ମେ ମାସରେ  ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର। ତେବେ କେନ୍ଦ୍ର ସରକାର ଆଣିଥିବା ବିଲ୍‌କୁ ରାଜ୍ୟସଭାରେ ବିରୋଧ କରିଥିଲା ବିଜେଡି। ଏଣେ କିନ୍ତୁ କେନ୍ଦ୍ରର କୃଷି ଆଇନର ଅନୁଧ୍ୟାନ ଲାଗି ଏକ କମିଟି ଗଠନ କରାଯିବ ବୋଲି ଘୋଷଣା କରିଛି ବିଜେଡି। ଏସବୁ ଦେଖିଲେ କୃଷି ବିଲ୍‌କୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ଥିବା ସ୍ପଷ୍ଟ ଜଣାପଡୁଛି। ଅନ୍ୟପକ୍ଷରେ ବିଜେଡିରେ ଆଭିମୂଖ୍ୟକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ।

Advertisment

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏହା କେବଳ ଦୋ ମୁହାଁନୀତୀ, ଯଉଟା ନିଜ କରିବା ପାଇଁ ଚାହୁଁଛନ୍ତି, ସେଇଟା ଅନ୍ୟ କେହି କଲେ କାହିଁକି ବିରୋଧ କରୁଛନ୍ତି ତାହା ଜଣାପଡ଼ୁ ନାହିଁ। ଅନ୍ୟପଟେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଚାଷୀ ସମସ୍ୟା ନେଇ କୃଷି ଓ କୃଷକ ଉପରେ ଯଉଁ ଅର୍ଡିନାନ୍ସ ଆଣିଛନ୍ତି ସେହି ଦିନଠାରୁ ବିଜେଡି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇ ପାରୁନି। ଗୋଟିଏ ପ୍ରକାର ଅସୁବିଧାର ପଡ଼ିଯାଇଛି ବୋଲି ସେ ନରସିଂହ କହିଛନ୍ତି। ଯାହାର ଜବାବ ରଖିଛି ବିଜେଡି। ଏମ୍‌ଏସ୍‌ପି ଉପରେ କୌଣସି କମ୍ପ୍ରମାଇଜ୍‌ ହେବନି। ବହୁତ ସମୟରେ ଯେଉଁ ପ୍ରସଙ୍ଗ ଟେବୁଲ୍‌ରେ ଉପସ୍ଥାପିତ ନ ହୋଇଥାଏ ସେ ବିଷୟରେ ଆଲୋଚନା ହୁଏନି ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

ସେପଟେ ବିଧାନସଭାରେ ଉପସ୍ଥାପିତ ହୋଇନଥିବା ଅଧ୍ୟାଦେଶ ଆପେ ଆପେ ଅକାମୀ ହୋଇଯିବ। ଯଦି ସରକାର ଚାହିଁବେ ତେବେ ଆଉ ଏକ ଅଧ୍ୟାଦେଶ କିମ୍ବା ବିଲ୍ ଆଣିପାରିବେ ବୋଲି ସମ୍ବିଧାନ ବିଶେଷଜ୍ଞ କହିଛନ୍ତି।

ରାଜ୍ୟସଭାରେ ବିଲକୁ ବିରୋଧ କରି ନିଜ ଆଭିମୁଖ୍ୟ ବଦଳାଇଥିବା ରାଜ୍ୟ ସରକାର ସୂଚନା ଦେବାକୁ ଚାହିଁଛନ୍ତି, ତେଣୁ ପୁରୁଣା ଅଧ୍ୟାଦେଶକୁ ବାତିଲ୍ କରି ନୂଆ ଶୈଳୀରେ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment
Advertisment