/odishatv-khabar/media/post_attachments/uploadimage/library/16_9/16_9_0/nandnakanna_1625283063.jpg)
nandnakanna
ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭିନ୍ନ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ପ୍ରିନ୍ସପାଲ ସିସିଏଫ୍ ତଥା ଚିଫ୍ ଓ୍ୱାଇଲଡ ଲାଇଫ୍ ଓ୍ୱାର୍ଡେନ।
Advertisment
ଗାଇଡ୍ଲାଇନ୍ରେ କଣ ସବୁ ନିୟମ ରହିଛି ଜାଣନ୍ତୁ
- ପ୍ରାଣୀ ଉଦ୍ୟାନ ଖୋଲିବା ପୂର୍ବରୁ ସମସ୍ତ ଦର୍ଶକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ।
- ପ୍ରବେଶ ପଥ, ବାଥରୁମ୍ ଓ ଅନ୍ୟ ସ୍ଥାନରେ ନିରାପଦ ଦୂରତା ରଖାଯିବ।
- ପ୍ରବେଶ ପଥରେ ରହିବ ଥର୍ମାଲ ସ୍କାନର। ସମସ୍ତ କର୍ମଚାରୀ କୋଭିଡ ଗାଇଡ ଲାଇନ୍ ମାନିବେ। ଇ-ଟିକେଟିଂ ବ୍ୟବସ୍ଥା କରିବା ଭଲ।
- ବଡ଼ ଚିଡ଼ିଆଖାନା ପାଇଁ ଦିନକୁ ୧୫ ଶହ, ଛୋଟ ଚିଡ଼ିଆଖାନା ପାଇଁ ୭୫୦ ଓ ଡିୟର ପାର୍କ ପାଇଁ ଦିନକୁ ୩ ଶହରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ।
- ବିନା ମାସ୍କରେ କାହାକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନି।
- କୋଭିଡ ଲକ୍ଷଣ ନ ଥିଲେ ମିଳିବ ଅନୁମତି, ଲକ୍ଷଣ ଥିଲେ ପ୍ରବେଶ ମନା
- ପ୍ରାଣୀ ଉଦ୍ୟାନ ପରିସରରେ ଦର୍ଶକ ନିଜ ନିଜ ଭିତରେ ନିର୍ଦ୍ଦିଷ୍ଟ ଦୂରତ୍ୱ ରଖିବେ
- ପାନ ଗୁଟ୍ଖଆ ସଂପୂର୍ଣ୍ଣ ମନା, ପିକ୍ନିକ୍ ମଧ୍ୟ ବାରଣ କରାଯାଇଛି।
- ଏହି ସବୁ ନିୟମ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପାଇଁ ମଧ୍ୟ ଲାଗୁ ହେବ।
- ଅକ୍ଟୋବର ୪ ତାରିଖରୁ ଖୋଲିବ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)