/odishatv-khabar/media/post_attachments/uploadimage/library/16_9/16_9_0/corona-test_1625485412.jpg)
corona-test
ଭୁବନେଶ୍ୱର: ରାପିଡ୍ ଆଣ୍ଟିଜେନ୍ ଓ RT-PCR ଟେଷ୍ଟ ନେଇ ଘରୋଇ ହସ୍ପିଟାଲକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ଘରୋଇ ଲ୍ୟାବ ଆଣ୍ଟିଜେନ, RT-PCR ଟେଷ୍ଟ କରିପାରିବେ। ତେବେ ଟେଷ୍ଟିଂ ପରେ ରିପୋର୍ଟ ଆଗ କର୍ତ୍ତୃପକ୍ଷଙ୍କୁ ଓ ପରେ ୨୪ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ଚିଠିରେ ଦର୍ଶାଇଛି।
ରାପିଡ ଆଣ୍ଟିଜେନ ଟେଷ୍ଟ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକ ଓଡ଼ିଶା କ୍ଲିନିକାଲ ଆକ୍ଟରେ ପଞ୍ଜୀକରଣ କରିବେ। ସଂସ୍ଥାର ଯେଉଁମାନେ ପରୀକ୍ଷା କରିବେ ସେମାନେ ପ୍ରଶିକ୍ଷଣ ନେବେ। ଟେଷ୍ଟ ରିପୋର୍ଟ ICMR ପୋର୍ଟାଲରେ ଅପଲୋଡ୍ କରିବେ। ଆଣ୍ଟିଜେନ ଟେଷ୍ଟ ପାଇଁ ସରକାରଙ୍କ ଧାର୍ଯ୍ୟ ୪୫୦ ଟଙ୍କା ହିଁ ନେବେ। ସେହିଭଳି RT-PCR ଟେଷ୍ଟ ପାଇଁ ମଧ୍ୟ ସରକାର ଧାର୍ଯ୍ୟ କରିଥିବା ଦାମ ନେବେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ତା ସହିତ RT-PCR ଟେଷ୍ଟ ପାଇଁ NABL ଆକ୍ରିଡେଟେଡ ହୋଇଥିବା ଦରକାର। RT-PCR ଟେଷ୍ଟ ପାଇଁ ICMR ଅନୁମୋଦିତ ସଂସ୍ଥାରୁ ତାଲିମ ନେବା ପାଇଁ ଚିଠିରେ ଉଲ୍ଲେଖ କରିଛି ସ୍ୱାସ୍ଥ୍ୟ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)