/odishatv-khabar/media/media_files/2025/12/06/anm-question-2025-12-06-20-26-34.jpg)
ANM-QUESTION Photograph: (OTV)
ସରୁନି ପରୀକ୍ଷା ମହାବିଭ୍ରାଟର ପର୍ବ। ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ପରେ ଏବେ ଏକାଡେମିକ୍ ପରୀକ୍ଷାରେ ବି ବିଭ୍ରାଟ। ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ପରେ ANM ଦ୍ବିତୀୟ ବର୍ଷ ପରୀକ୍ଷା ବାତିଲକୁ ନେଇ ସବୁଠି ଏବେ ଉଦବେଗ। ଗୃହରେ ବିବୃତି ରଖିବାକୁ ଗତକାଲି ବାଧ୍ୟ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। କହିଥିଲେ, ଏ ସଂପର୍କରେ କ୍ୟାପିଟାଲ୍ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି। ପ୍ରଶ୍ନପତ୍ର ଲିକ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆଉ ଆଜି ସୋସିଆଲ୍ ମିଡ଼ିଆରେ ଶାସକ ବିଜେପିକୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୮ ମାସରେ ୧୮ ନିଯୁକ୍ତି ପରୀକ୍ଷା ବାତିଲ୍ ଦର୍ଶାଇ ସରକାରଙ୍କୁ ତୀର ମାରିଛନ୍ତି। ପିଲାଙ୍କ ଭବିଷ୍ୟତ, ଆଶା, ସ୍ବପ୍ନ ଆଉ କେତେ ଧୂଳିସାତ ହେବ ବୋଲି ପ୍ରଶ୍ନ ଉଠାଇ ସମାଲୋଚନା କରିଛନ୍ତି ନବୀନ। ବିରୋଧୀ କଂଗ୍ରେସ ବି ନବୀନଙ୍କ ସହ ସ୍ବର ମିଳାଇଛି। ତେବେ ବିରୋଧୀଙ୍କୁ କଡ଼ା କାଉଣ୍ଟର କରି ଶାସକ ବିଜେପି କହିଛି, ପୂର୍ବ ସରକାର ସମୟରେ ଅନେକ ପରୀକ୍ଷାର ବିଭ୍ରାଟ ହେଉଥିଲା। କିନ୍ତୁ ଆମ ସରକାର ସ୍ବଚ୍ଛତାର ସହ ପରୀକ୍ଷା କରିବାକୁ ଚାହୁଁଛନ୍ତି।
ପ୍ରଥମେ RI, ଅମିନ୍ ଏବଂ ASO ପରୀକ୍ଷା ବିଭ୍ରାଟ। ତା’ପରେ ପୋଲିସ SI ନିଯୁକ୍ତି କେଳେଙ୍କାରୀ। ଏଭଳି ଭାବେ ବହୁ ନିଯୁକ୍ତିଭିତ୍ତିକ ପରୀକ୍ଷାରେ ଅନିୟମିତତା ଘଟିଲାଣି। ଫଳରେ ବାରମ୍ବାର ପରୀକ୍ଷା ଗୁଡ଼ିକ ସ୍ଥଗିତ ହେଉଛି। SI ପରୀକ୍ଷାରେ ମହା କେଳେଙ୍କାରୀ ପରେ ରାଜ୍ୟ ସରକାର ପୋଲିସ ପୋଷାକଧାରୀ ନିଯୁକ୍ତି ପରୀକ୍ଷା ପାଇଁ ସ୍ବତନ୍ତ୍ର ଆୟୋଗ ପାଇଁ ସୁପାରିଶ କରିଛନ୍ତି। ଏସବୁ ଭିତରେ ଶିକ୍ଷକ ପ୍ରବେଶିକା ପରୀକ୍ଷା OTET ଭଳି ଏବେ ପ୍ରଶ୍ନପତ୍ର ପ୍ରଘଟ ଯୋଗୁ ANM ଏକାଡେମିକ୍ ପରୀକ୍ଷା ବାତିଲ୍ ହୋଇଥିବାବେଳେ ଚାକିରୀ ଆଶାୟୀ ଏବଂ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ। ଶିକ୍ଷାବିତଙ୍କ କହିବା କଥା, ବାରମ୍ବାର ବିଭିନ୍ନ ପରୀକ୍ଷା ବାତିଲ ଯୋଗୁ ପରୀକ୍ଷାର୍ଥୀଙ୍କ ମାନସିକ ଚାପ ବଢୁଛି। ପରୀକ୍ଷାରେ ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ସେକେଣ୍ଡାରୀ ସ୍କୁଲ ପରୀକ୍ଷା ଭଳି ନୂଆ ପଦ୍ଧତି ଆପଣାଇବା ସହ ଦୁର୍ନିତୀଖୋର କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
ରାଜ୍ୟରେ ୩ ହଜାର ୩୧୩ ଜଣ ANM ପରୀକ୍ଷାର୍ଥୀ ୪୭ଟି କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। କଡ଼ା ସୁରକ୍ଷା ବଳୟରେ ଉପ-ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ପ୍ରଶ୍ନପତ୍ର ରହିଥିଲା। ତେବେ କିଏ ଏବଂ କେମିତି ଏହାକୁ ପ୍ରଘଟ କଲା ? ରାଜ୍ୟ ସରକାର ଆଗକୁ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ? ତାକୁ ନେଇ ବଢ଼ିଛି ଚର୍ଚ୍ଚା।
Jharsuguda At Risk: ଝାରସୁଗୁଡ଼ାକୁ ବଡ଼ ବିପଦ ! ବର୍ଷା ଋତୁ ଆସିଲେ ଛାତିରେ ପଶେ ଛନକା

Modi Gifts Putin : ରୁଷକୁ ଫେରିବା ପୂର୍ବରୁ ମୋଦି ଦେଲେ ଏସବୁ ଉପହାର , ଅଭୁଲା ରହିବ ପୁଟିନଙ୍କ ଭାରତ ଯାତ୍ରା

IndiGo Issues Official Notice: ଆସିଲା ବଡ଼ ଖବର , ଟଙ୍କା ଫେରାଇବ ଇଣ୍ଡିଗୋ

After IndiGo Crisis: ସାରା ଦେଶରେ ବଢିଚାଲିଛି ବିମାନ ଟିକେଟ ଦର , ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା ... ଯାତ୍ରୀ ହନ୍ତସନ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)