/odishatv-khabar/media/post_attachments/uploadimage/library/16_9/16_9_0/sanjita-1_1625432687.jpg)
sanjita
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍ସି)ରେ ସର୍ବଭାରତୀୟ ସ୍ତରରେ ଦଶମ ରାଙ୍କ ପାଇଥିବା ସଂଜିତା ମହାପାତ୍ରଙ୍କୁ ଓଡ଼ିଶା ଫିଷ୍ଟ ପକ୍ଷରୁ ସମ୍ମାନିତ କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟା ୩୦ ମିନିଟରେ ଅନ୍ଲାଇନ୍ କାର୍ଯ୍ୟକ୍ରମ ମାଧ୍ୟମରେ ସଂଜିତାଙ୍କୁ ସମ୍ମାନିତ କରାଯିବ।
Advertisment
ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ 'ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିବାରେ ଓଡ଼ିଶାର ଯୋଗଦାନ' ସମ୍ପର୍କରେ ଆଲୋଚନା କରାଯିବା। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସୁଦର୍ଶନ ସାହୁ ଯୋଗ ଦେବେ। ସେହିଭଳି ଆର୍ବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ ରସିଦ ଖାନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ସାମିଲ୍ ହେବେ।
ସର୍ବଭାରତୀୟ ସ୍ତରରେ ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍ସି)ରେ ଦଶମ ରାଙ୍କ ପାଇଛନ୍ତି ସଂଜିତା ମହାପାତ୍ର। ସେ ଗତଥର ଓଏଏସ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଅଧିକାର କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)