Advertisment

ମଧୁବାବୁ ପେନ୍‌ସନ୍ ଯୋଜନାରେ କିନ୍ନରମାନଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଯୋଗାଇ ଦିଆଯିବ ପେନ୍‌ସନ୍। ଏ ନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେନ୍‌ସନ୍ ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନ୍‌ସନ୍ ୱେବ୍‌ସାଇଟ୍‌ରେ ଏବେଠାରୁ ଆବେଦନ କରିପାରିବେ। ବୟସ ଅନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ଦିଆଯିବ। କିନ୍ନରଙ୍କୁ ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ। ସେହିପରି ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ। ଆଉ ୧ ହଜାର ଟଙ୍କା ରାଜ୍ୟର […]

author-image
Abinash Pati
ମଧୁବାବୁ ପେନ୍‌ସନ୍ ଯୋଜନାରେ କିନ୍ନରମାନଙ୍କୁ ମିଳିବ ପେନ୍‌ସନ୍‌

kinnaer

ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଯୋଗାଇ ଦିଆଯିବ ପେନ୍‌ସନ୍। ଏ ନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେନ୍‌ସନ୍ ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନ୍‌ସନ୍ ୱେବ୍‌ସାଇଟ୍‌ରେ ଏବେଠାରୁ ଆବେଦନ କରିପାରିବେ।

Advertisment

ବୟସ ଅନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ଦିଆଯିବ। କିନ୍ନରଙ୍କୁ ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ। ସେହିପରି ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ। ଆଉ ୧ ହଜାର ଟଙ୍କା ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ୧ ହଜାର ଲେଖାଏଁ ପ୍ରଦାନ କରାଯିବ।

ଏ ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଟଙ୍କା ଆସି ସାରିଛି, ଖୁବ୍‌ଶୀଘ୍ର ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ପୂର୍ବରୁ ହିତାଧିକାରୀଙ୍କୁ ୪ ମାସ ପାଇଁ ୧ ହଜାର ଲେଖାଏଁ ମିଳିଥିଲା।

Advertisment
Advertisment
Advertisment