Advertisment

Illegal Bangladeshis: ଅବୈଧ ବାଂଲାଦେଶୀଙ୍କୁ ଆଉ ତ୍ରାହି ନାହିଁ , ଖୋଜି ବୁଲୁଛି ଡ୍ରୋନର ଛଞ୍ଚାଣ ଆଖି

ନା ସ୍ଥଳଭାଗରେ ଲୁଚିରହିଥିଲେ ତ୍ରାହି ପାଇବେ ବାଂଲାଦେଶୀ...ନା ଜଳପଥ ଦେଇ ମାଡ଼ି ଆସୁଥିଲେ ସୁରକ୍ଷିତ ରହିବେ ଅନୁପ୍ରବେଶକାରୀ...ଆକାଶରେ ଉଡ଼ି ଉଡ଼ି ନଜର ରଖୁଛି ଅତ୍ୟାଧୁନିକ ଡ୍ରୋନର ଛଞ୍ଛାଣ ଆଖି

author-image
Manas Ranjan Mohanty
BANGLADESH

BANGLADESH Photograph: (OTV)

ନା ସ୍ଥଳଭାଗରେ ଲୁଚିରହିଥିଲେ ତ୍ରାହି ପାଇବେ ବାଂଲାଦେଶୀ...ନା ଜଳପଥ ଦେଇ ମାଡ଼ି ଆସୁଥିଲେ ସୁରକ୍ଷିତ ରହିବେ ଅନୁପ୍ରବେଶକାରୀ...ଆକାଶରେ ଉଡ଼ି ଉଡ଼ି ନଜର ରଖୁଛି ଅତ୍ୟାଧୁନିକ ଡ୍ରୋନର ଛଞ୍ଛାଣ ଆଖି...ଗଭୀର ସମୁଦ୍ର ଭିତରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଖେଦି ବୁଲୁଛି ମେରାଇନ ପୋଲିସର ମୋଟର ବୋଟ୍...ଅର୍ଥାତ ଜଳ, ସ୍ଥଳ, ଆକାଶ...ସବୁଠି ଘାଣ୍ଟୁଛି ପୋଲିସ।  ଭଦ୍ରକ ଜିଲ୍ଲା ଧାମରା ବନ୍ଦରର। ଷ୍ଟାର୍ଟ ହେଲା ଡ୍ରୋନ୍। ଆଖି ପିଛୁଳାକେ ଉଡ଼ିଗଲା କାହିଁ କେତେଦୂରକୁ। ୧୨ କିଲୋମିଟର ଦୂର ସମୁଦ୍ର ଭିତରକୁ ଯାଇ ଅନୁପ୍ରବେଶକାରୀଙ୍କୁ ଠାବ ପାଇଁ  ପଇଁତରା ମାରୁଛି ଡ୍ରୋନ୍।  

 ଉଭୟ ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ୧୫୦ କିଲୋମିଟର ଦୂରରେ ଚାଲିଛି କଡ଼ାକଡ଼ି ପାଟ୍ରୋଲିଂ। ଭଦ୍ରକ ଜିଲ୍ଲାର ଧାମରା, ତାଳଚୁଆ, କାଶିଆ, ଚୁଡାମଣିରୁ ଶତାଧିକ ଟ୍ରଲର ସମୁଦ୍ର ଭିତରକୁ ଯାଇ ମାଛ ଧରି ଫେରନ୍ତି। ଆଉ ବୋଟରେ ଯଦି କେହି ସନ୍ଦିଗ୍ଧ ଆସୁଥିବେ ଘାଟକୁ, ଆଶଙ୍କା ହେବା ପରେ ତୁରନ୍ତ ମେରାଇନ୍ ପୋଲିସ ସେହି ବୋଟ୍ ପାଖକୁ ଯାଇ ଯାଞ୍ଚ କରୁଛି ଏଭଳି ଭାବେ। 

Advertisment

ମତ୍ସ୍ୟଜୀବୀର ପରିଚୟ ଦେଇ ଓଡ଼ିଶାରେ ଏଣ୍ଟ୍ରି କରିଥାନ୍ତି ବାଂଲାଦେଶୀ। ଥରେ ଏଣ୍ଟ୍ରି କରିବା ପରେ ନିଜ ନାଁରେ ସତ ମିଛର ସରକାରୀ କାଗଜପତ୍ର ହାତେଇ ବନିଯାଉଛନ୍ତି ଭାରତୀୟ ନାଗରିକ। ତେଣୁ ସମୁଦ୍ର ପଥର ଗଳାବାଟ ଦେଇ ବାଂଲାଦେଶୀ ଆଉ ଆଗକୁ ଯେମିତି ଆସିପାରିବେନି, ସେଥିପାଇଁ ଭଦ୍ରକର ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ୩ଟି ମେରାଇନ୍ ଥାନା ପକ୍ଷରୁ ବି ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ୍। ଏଠି ବି ଟ୍ରଲର୍ ଏବଂ ଡଙ୍ଗାରେ ଧାମରା ପଟୁ ଆସୁଥିବା ମତ୍ସ୍ୟଜୀବୀ ଓ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। ସେମାନଙ୍କ ଗତିବିଧିକୁ ଡ୍ରୋନ୍ ସହାୟତାରେ ନିରୀକ୍ଷଣ କରାଯାଉଛି। 

ସେପଟେ ଜଗତସିଂହପୁର ବେହେରାମପୁର ବସ୍ତିରେ ଆଜି ବଦଳିଛି ଚିତ୍ର। ପୋଲିସର ଘନ ଘନ ରେଡ୍ ପରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ନିଜେ ରହୁଥିବା ଘରକୁ ନିଜେ ଭାଙ୍ଗି ଜାଗା ଛାଡ଼ିଛନ୍ତି। ଏଠାରେ ପ୍ରାୟ ୨୦ଟି ଘର ରହିଛି। ଯାହାକୁ ସିକନ୍ଦର୍ ଆଲାମ୍ ଭଡ଼ାରେ ଦେଇଥିଲା। ହେଲେ ଆଜିକୁ ୪ ଦିନ ପରେ ବି ସିକନ୍ଦରର ପତ୍ତା ପାଇନି ପୋଲିସ। ମାଟିରେ ମିଶିଛି ତା’ ଘର।  



ପୂର୍ବରୁ ମର୍ଚାଣ୍ଟ ନେଭିରେ ଚାକିରି କରିଥିଲା ସିକନ୍ଦର। ଚାକିରୀ ଛାଡ଼ି କିଛି ବର୍ଷ ହେବ ବେହରାମପୁର ବସ୍ତିରେ ବିସ୍ତାର କରିଥିଲା ସାମ୍ରାଜ୍ୟ। ଏକର ଏକର ସରକାରୀ ଜମିକୁ ମାଡ଼ିବସି ମଦ୍ରାସା କରିବା ସହ ଘରଭଡ଼ା ଲଗାଇଥିଲା। ତାର ଏତେ ଦବଦବା ଥିଲା ଯେ, କେହି ପାଟି ଫିଟାଇବାକୁ ଚାହୁଁନଥିଲେ। ସିକନ୍ଦରର ଲିଙ୍କ ସାଉଦି ଆରବ, କ୍ବାତାର, କୁଏତ୍, ବାଂଲାଦେଶ ଓ ବଲୁଚିସ୍ତାନ ସହ ରହିଥିବା ଜଣାପଡ଼ିଛି।

ବାଂଲାଦେଶୀ ଚିହ୍ନଟ ଅଭିଯାନ ତ ଜୋରଦାର ହୋଇଛି। ଆଜି ନହେଲେ କାଲି ମିଶନକୁ ମିଳିପାରେ ସଫଳତା। କିନ୍ତୁ ଏମାନଙ୍କୁ କିଏ ଓ କାହିଁକି ଆଗରୁ ଦେଇ ଆସୁଥିଲେ ଆଶ୍ରୟ ସହ ପ୍ରଶ୍ରୟ, ତାହା ବି ସାମ୍ନାକୁ ଆସିବା ଦରକାର।

Advertisment
Advertisment
Related Articles
Advertisment