Advertisment

କରୋନା ଯୋଦ୍ଧାଙ୍କୁ ପ୍ରଥମେ ଅସମ୍ମାନ ପରେ ସମ୍ମାନ; ଏସ୍‌ପି କହିଲେ ସେ ଆମ ଭାଇ

ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ; ଆମେ ସମସ୍ତେ ଆସିଛୁ ଏଠାକୁ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ […]

author-image
Abinash Pati
କରୋନା ଯୋଦ୍ଧାଙ୍କୁ ପ୍ରଥମେ ଅସମ୍ମାନ ପରେ ସମ୍ମାନ; ଏସ୍‌ପି କହିଲେ ସେ ଆମ ଭାଇ

deadboady

ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି।

Advertisment

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ; ଆମେ ସମସ୍ତେ ଆସିଛୁ ଏଠାକୁ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଏସ୍ପି କହିଛନ୍ତି।

ଆଜି ସକାଳୁ କୋଦଳା ମେଡିକାଲ୍ ବାହାରେ ଏଏସ୍ଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡ଼ି ରହିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳର ୨ ସାମ୍ବାଦିକ ପିପିଇ କିଟ୍ ପିନ୍ଧି ASIଙ୍କ ମୃତଦେହକୁ ଉଠାଇଛନ୍ତି। ରବିନ୍ଦ୍ରଙ୍କୁ ଗତ ୪ ଦିନ ଧରି ଜ୍ୱର, କାଶରେ ପୀଡ଼ିତ ଥିଲେ। ଗତକାଲି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ କୋଦଳା ହସ୍ପିଟାଲ୍‌କୁ ଆସିଥିଲେ। ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ତେବେ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସି ନଥିଲେ। ଏପରିକି ତାଙ୍କ ପରିବାରଲୋକେ ବି ମୃତଦେହକୁ ଗ୍ରହଣ କରିନଥିଲେ। ହସ୍ପିଟାଲ୍ ଭିତରେ ମୃତଦେହକୁ ନରଖି ବାହାରକୁ ବାହାର କରି ଦିଆଯାଇଥିଲା। ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ରବିନ୍ଦ୍ର।

ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ। ଯେଉଁ ବ୍ୟକ୍ତି ସାଧାରଣ ଲୋକଙ୍କ ପାଇଁ କରୋନା ସମୟରେ କାମ କରୁଥିଲେ ଶେଷରେ ତାଙ୍କୁ ବି ମିଳିପାରିନି ଉପଯୁକ୍ତ ସମ୍ମାନ।

Advertisment
Advertisment