Advertisment

୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କାଲି କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ କଂଗ୍ରେସ ନେତା ଓ କର୍ମୀ। ଏବଂ ତାପରଦିନ ଅର୍ଥାତ ୩୦ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। କେବଳ ରାଜ୍ୟରେ ନୁହେଁ, ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବ […]

author-image
Abinash Pati
୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

niranjan-pattanik

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କାଲି କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ କଂଗ୍ରେସ ନେତା ଓ କର୍ମୀ। ଏବଂ ତାପରଦିନ ଅର୍ଥାତ ୩୦ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ।

Advertisment

କେବଳ ରାଜ୍ୟରେ ନୁହେଁ, ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବ କଂଗ୍ରେସ। ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଥିବାରୁ ଆସନ୍ତାକାଲି (ଜୁନ୨୯) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଦଳର ସାଂସଦ ଓ ବିଧାୟକମାନେ ତୈଳଦର ବୃଦ୍ଧି ଉଠାଇ ନେବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ନିଷ୍ପତ୍ତି ନେଇଛି ଦଳ। ଏସମ୍ପର୍କରେ ସୂଚନା ଦେଇଛନ୍ତି ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଲ।

ଏହି ବିକ୍ଷୋଭ ଅସଚେତନ, ଅସମ୍ବେଦନଶୀଳ ଏବଂ ପେଟ୍ରୋଲ ଓ ଡିଜେଲ୍‌ର ଅସମ୍ଭବ ବୃଦ୍ଧି ବିରୋଧରେ ହେବ। ଏବଂ କରୋନାଭାଇରସ୍ ସଙ୍କଟ ସମୟରେ ସାଧାରଣ ଲୋକଙ୍କୁ ସରକାର କିଭଳି ଲୁଟୁଛନ୍ତି ସେ ବିଷୟରେ ଅବଗତ କରାଯିବ ବୋଲି ବେଣୁଗୋପାଳ କହିଛନ୍ତି। ତା ସହିତ ସୋସିଆଲ୍ ମିଡିଆରେ “ସ୍ପିକ୍ ଅପ୍‌ ଅନ୍‌ ପେଟ୍ରୋଲ୍‌ ଏଣ୍ଡ ଡିଜେଲ୍‌ ପ୍ରାଇସ୍ ହାଇକ୍‌” ନାମରେ ଏକ ଆନ୍ଦୋଳନ ଚଳାଇ ଦଳ କେନ୍ଦ୍ର ସରକାରଙ୍କର ଜନବିରୋଧୀ ନୀତି ସମ୍ପର୍କରେ ଅବଗତ କରାଇବା ବୋଲି କଂଗ୍ରେସ କହିଛି।

Advertisment
Advertisment
Advertisment