Advertisment

ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଆହତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ  ମଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ଆହତ ସମସ୍ଥଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। ବର୍ତ୍ତମାନ ସ୍ଥିତି ଆୟତଧୀନ ରହିଥିବା ସୂଚନା ଦେବା ସହିତ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେମିତ ଏଭଳି ଘଟଣା ଘଟିଲା ସନେଇ […]

author-image
Abinash Pati
ଅଦ୍ୟତନ ହୋଇଛି
ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଆହତଙ୍କୁ ମିଳିବ ମାଗଣା ଚିକିତ୍ସା

cm-naveen

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ  ମଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ଆହତ ସମସ୍ଥଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। ବର୍ତ୍ତମାନ ସ୍ଥିତି ଆୟତଧୀନ ରହିଥିବା ସୂଚନା ଦେବା ସହିତ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେମିତ ଏଭଳି ଘଟଣା ଘଟିଲା ସନେଇ ତଦନ୍ତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ସଚିବଙ୍କୁ ଘଟଣା ତଦନ୍ତ କରିବାକୁ କୁହାଯାଇଛି। ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହି ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନ୍‌ଛତ୍ର ହୋଇ ପଡ଼ିଥିବା ଦେଖାଯାଉଛି। କେବଳ ଗାଡ଼ି ନୁହେଁ ମଣିଷ ଶରୀର ବି ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।

Advertisment
Advertisment
Advertisment