Advertisment

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ତୈଳ ଦରରେ ବୃଦ୍ଧି ଘଟିବା ସହ ଆଜିଠାରୁ ବସ ଯାତ୍ରା ପୁଣି ମହଙ୍ଗା ହୋଇଛି। ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ସାଧାରଣ ବସ୍‌ ପାଇଁ ୬ ପଇସା ଓ ଏକ୍ସପ୍ରେସ୍‌ ବସ୍ ପାଇଁ ୭ ପଇସା ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍‌ ଭଢ଼ା ୨ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ହୋଇଛି। […]

author-image
Abinash Pati
ବଢ଼ିଲା ବସ୍‌ ଭଡ଼ା

bus

ଭୁବନେଶ୍ୱର: ତୈଳ ଦରରେ ବୃଦ୍ଧି ଘଟିବା ସହ ଆଜିଠାରୁ ବସ ଯାତ୍ରା ପୁଣି ମହଙ୍ଗା ହୋଇଛି। ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ସାଧାରଣ ବସ୍‌ ପାଇଁ ୬ ପଇସା ଓ ଏକ୍ସପ୍ରେସ୍‌ ବସ୍ ପାଇଁ ୭ ପଇସା ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍‌ ଭଢ଼ା ୨ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ହୋଇଛି।

Advertisment

ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିବାବେଳେ ନୂଆ ଦରକୁ ମିଶାଇ ଏବେ ତାହା ୮୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୭ରୁ ୮୪ ପଇସା ହୋଇଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସାକୁ ବୃଦ୍ଧି ହୋଇଛି।

ଏସି ଡିଲକ୍ସ ଭଡ଼ା ବି ବଢ଼ିଛି। ଏସି ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୩୧ ପଇସାରୁ ବଢ଼ି ୧ ଟଙ୍କା ୩୯ ପଇସା ହୋଇଛି। ପ୍ରଥମ ଥର ପାଇଁ ସୁପର୍ ପ୍ରିମିୟମ୍ ବସ୍ ନିମନ୍ତେ ସ୍ୱତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି। ଏହି ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି।

Advertisment

ସୂଚନା ଥାଉକି,୨୦୨୦ ଶେଷରେ ଡିସେମ୍ବର ୭ ତାରିଖରେ ଭଡ଼ା ବଢ଼ାଇଥିଲେ ସରକାର। ଏହାର ୪୪ ଦିନ ପରେ ଅର୍ଥାତ୍ ୨୦୨୧ ଜାନୁଆରୀ ୨୦ ତାରିଖର ପୁଣିଥର ଭଡ଼ା ବଢ଼ାଇଥିଲା ବାଣିଜ୍ୟ ଓ ପରିବହନ ବିଭାଗ। ଆଉ ଏବେ ୨୯ ଦିନ ଭିତରେ ପୁଣିଥରେ ଭଡ଼ା ବଢ଼ିଛି।

Advertisment
Advertisment