/odishatv-khabar/media/post_attachments/uploadimage/library/16_9/16_9_0/Capture-5_1626764746.jpg)
Capture
ଭୁବନେଶ୍ୱର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନୀ ହାମ୍ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ‘ମିଷ୍ଟର୍ ୟୁନିଭର୍ସ’ ପ୍ରତିଯୋଗିତାରେ ଓଡ଼ିଶାର ବଡି ବିଲ୍ଡର୍ ଜନ୍ମେଜୟ ମହାନ୍ତି ଭାଗନେବେ।
Advertisment
ସେ ଏହି ପ୍ରତିଯୋଗିତା ପାଇଁ ‘ଇଣ୍ଡିଆନ୍ ବଡି ବିଲ୍ଡର୍ସ ଫେଡେରେସନ୍’ ପକ୍ଷରୁ ମନୋନୀତ ହୋଇଛନ୍ତି। ଏଥିପାଇଁ ଜନ୍ମେଜୟ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱର ଛାଡ଼ିବେ।
ପୂର୍ବରୁ ସ୍ପନ୍ସର୍ ଅଭାବରୁ ଅନେକ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ଏଥର ନିଜସ୍ୱ ଉଦ୍ୟମରେ ସେ ଜର୍ମାନୀ ଯାଉଛନ୍ତି। ମିଷ୍ଟର୍ ୟୁନିଭର୍ସ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ରହିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)