Advertisment

ଓଡ଼ିଶା ବିଜେପି ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ଆନ୍ଧ୍ର ଅଧିକାରୀ; ଛତ୍ରଭଙ୍ଗ ଦେଇ ପଳାଇଲେ

ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଓ ଆନ୍ଧ୍ର ସରକାରୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଶେଷରେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଯାଇଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟିଆ ପରି ଗଜପତି ଜିଲ୍ଲା ଗଙ୍ଗାବାଡ଼କୁ ମଧ୍ୟ ଆନ୍ଧ୍ର ଦଖଲ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା କରାଯାଉଛି। ଆନ୍ଧ୍ର ପ୍ରଦେଶର କେତେ ଜଣ ସରକାରୀ ଅଧିକାରୀ ଗଙ୍ଗାବାଡ଼ […]

author-image
Abinash Pati
ଓଡ଼ିଶା ବିଜେପି ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ଆନ୍ଧ୍ର ଅଧିକାରୀ; ଛତ୍ରଭଙ୍ଗ ଦେଇ ପଳାଇଲେ

odisha

ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଓ ଆନ୍ଧ୍ର ସରକାରୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଶେଷରେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଯାଇଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ।

Advertisment

କୋରାପୁଟ ଜିଲ୍ଲା କୋଟିଆ ପରି ଗଜପତି ଜିଲ୍ଲା ଗଙ୍ଗାବାଡ଼କୁ ମଧ୍ୟ ଆନ୍ଧ୍ର ଦଖଲ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା କରାଯାଉଛି। ଆନ୍ଧ୍ର ପ୍ରଦେଶର କେତେ ଜଣ ସରକାରୀ ଅଧିକାରୀ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣାକୁ ଆସିଥିଲେ। ସଂଯୋଗବଶତଃ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ସେଠାରେ ପହଞ୍ଚିଥିଲେ।

ବିଜେପି ନେତାମାନେ ଆନ୍ଧ୍ର ଅଧିକାରୀଙ୍କୁ ଯୁଗ୍ମ ସର୍ଭେ ମ୍ୟାପ ମାଗିଥିଲେ। ହେଲେ ଅଧିକାରୀମାନେ ମ୍ୟାପ୍‌ ଦେଖାଇ ନ ପାରିବାରୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ବିଜେପି ନେତା। ଯେଉଁମାନେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାର ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି, ସେମାନେ କେମିତି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭାଗ ନେବେ ବୋଲି ବିଜେପି ନେତାମାନେ ଆନ୍ଧ୍ର ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଶେଷରେ କିଛି ଉତ୍ତର ଦେଇନପାରି ଆନ୍ଧ୍ରର ସରକାରୀ ଅଧିକାରୀମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଚାଲିଯାଇଥିଲେ।

Advertisment

ଏନେଇ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ ଏଠି ସରକାର ନାହାନ୍ତି। ଆନ୍ଧ୍ର ପ୍ରଶାସନ ଆସି ଲୋକଙ୍କ ପ୍ରଭାବିତ କରିଛନ୍ତି। ଆମ ସହିତ ତର୍କ ପରେ ଆନ୍ଧ୍ର ଅଧିକାରୀମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ ବୋଲି ସେ କହିଛନ୍ତି।

ସେହିଭଳି ବିଜେପି ନେତା ଭୃଗୁ ବକ୍ସି ପାତ୍ର କହିଛନ୍ତି ଯେ ବିଜେଡି ନେତୃତ୍ୱରେ ଓଡ଼ିଶାର ସୀମା ଅସୁରକ୍ଷିତ। ପୂରା ସୀମାକୁ ଆନ୍ଧ୍ର ଜବରଦସ୍ତ କବ୍‌ଜା କରୁଛି। ଓଡ଼ିଶା ସରକାର ସ୍ଥାଣୁ ପାଲଟିଛି। ବିକାଶ ଏଠି ଫେଲ୍‌ ମାରିଛି। ୩ ବର୍ଷ ପରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାର କାମ ଆଜି ଆରମ୍ଭ ହେଉଛି। ଏଠି ନା ଅଛି ଶିକ୍ଷା ବ୍ୟବସ୍ଥା ନା ସ୍ୱାସ୍ଥ୍ୟ। ତେଣୁ ଲୋକମାନେ ଯେଉଁଠି ସୁବିଧା ପାଇଲେ ସେଠାକୁ ଚାଲିଯାଉଛନ୍ତି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ସହିତ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି କରିଛନ୍ତି ଭୃଗୁ।

ପୂର୍ବରୁ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳକୁ ଆନ୍ଧ୍ର ଦଖଲ କରିବାକୁ ଚାହୁଁଥିବା ଅଭିଯୋଗ କରିଥିଲେ ଭୃଗୁ ବକ୍ସିପାତ୍ର। ଓଟିଭିର ବିତର୍କରେ ସାମିଲ୍ ହୋଇ ଏସମ୍ପର୍କରେ ଖୁଲାସା କରିଥିଲେ ଭୃଗୁ। ଗଞ୍ଜାମ ଜିଲ୍ଲା ଚିିକିଟିର ପାତ୍ରପୁରରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଉଥିବା ସେ କହିଥିଲେ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବଡ ପଞ୍ଚାୟତର ମାଣିକପାଟଣା,ଗୁଡ଼ିଖୁଡି, ମାଧିଆଖୋଲ, ବୁରୁଷିଙ୍ଗି, ଅମରିଙ୍ଗି ଏବଂ ଆଖଡ଼ା ଆଦି ୬ଟି ଗାଁରେ ପଞ୍ଚାୟତ ନିର୍ବାଚନ କରାଇବାର ଷଡ଼ଯନ୍ତ୍ର ଆନ୍ଧ୍ର କରୁଥିବା ଅଭିଯୋଗ ହୋଇଛି।

Advertisment
Advertisment