/odishatv-khabar/media/post_attachments/uploadimage/library/16_9/16_9_0/BJP-BJD-Odisha-Bypoll_1625217498.jpg)
BJP-BJD-Odisha-Bypoll
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ରାଜ୍ୟ ବିଜେପି। ତିର୍ତ୍ତୋଲରେ ବିଜେଡି କୋଭିଡ୍ ନିୟମ ଓ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ କରିଛି ଦଳ। ତିର୍ତ୍ତୋଲ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ଏବଂ ଅନ୍ୟ ଏକ କର୍ମୀ ସମ୍ମିଳନୀରେ ଶାସକ ଦଳ ନିୟମ ଭାଙ୍ଗିଥିବା ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି।
Advertisment
ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ ଫେରାଦ ଇସିଙ୍କ ପାଖରେ ଫେରାଦ ହୋଇଛି। ମାସ୍କ ନପିନ୍ଧି, ସାମାଜିକ କଟକଣା ପାଳନ ନକରି ମନ୍ତ୍ରୀ, ବିଧାୟକ ଓ ସାଂସଦ କଟକଣା ଭାଙ୍ଗିଥିବା ଅଭିଯୋଗ କରିଛି ଦଳ। ଏଥିସହ ସରକାରୀ ଗାଡ଼ି ବ୍ୟବହାର କରିବା ଏବଂ ଲୋକଙ୍କୁ ଟଙ୍କା ବାଣ୍ଟିବା ଭଳି ସଙ୍ଗୀନ ଅଭିଯୋଗ କରିଛି ଦଳ। ତେବେ ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)