/odishatv-khabar/media/post_attachments/uploadimage/library/16_9/16_9_0/univesity_1625261373.jpg)
univesity
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ । ଅଧ୍ୟାଦେଶ ଆସିବା ଦିନରୁ ବିଲ୍ ପାସ ପର୍ଯ୍ୟନ୍ତ ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲ୍କୁ ମଂଜୁରୀ ମିଳିଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଆଇନ୍କୁ କଳା ଆଇନ୍ ଏବଂ ବିଧାନସଭାର ଆଜିର ଦିନକୁ କଳା ଦିବସ ବୋଲି ବୋଲି କହିଛନ୍ତି। ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିଲ୍ ପାରିତ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟରେ ସ୍ୱଚ୍ଛତା ଆସି ପାରିବ। ତେବେ କଣ ଅଛି ଏହି ବିଲ୍ରେ ଆସନ୍ତୁ ଜାଜାଣିବା।
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ କଣ ରହିଛି ବ୍ୟବସ୍ଥା
୧. କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି
୨. ସିନେଟ ବ୍ୟବସ୍ଥାର ଉଛେଦ
୩. ସିଣ୍ଡିକେଟକୁ ସଶକ୍ତ କରାଯାଇ ଜଣେ ଯୁଗ୍ମ ସଚିବଙ୍କୁ ଦାୟିତ୍ୱ
୪. କୁଳାଧିପତିଙ୍କ ସର୍ଚ୍ଚ କମିଟିରେ ରାଜ୍ୟପାଳଙ୍କ ମନୋନୀତ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅବସରପ୍ରାପ୍ତ ଅଧିକାରୀ ରହିବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବେ।
୫. ବିଶ୍ୱବିଦ୍ୟାଳୟର ସ୍ଥାବର ଓ ଅସ୍ଥାବରର ସମ୍ପତି ଉପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିବ
୬. ଓପିଏମ୍ସି ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି କରାଯିବ ନନ୍ ଟିଚିଂ ଷ୍ଟାଫ ନିଯୁକ୍ତି କରିବେ ଷ୍ଟେଟ ସିଲେକ୍ସନ ବୋର୍ଡ।
୭. ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନହୋଇ ୱେବସାଇଟରେ ଉପଲବ୍ଧ ହେବ।
ଏହି ବିଲ ପାରିତ ହେବା ପରେ ଗୋଟିଏ ଆଇନ ଅଧିନରେ ସବୁ ବିଶ୍ୱବିଦ୍ୟାଳୟ କାମ କରିବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)