Advertisment

Tragedy at Sea: ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ପୁଅ, ମାଆ ପାଦ ତଳୁ ଖସିଯାଇଛି ମାଟି

ମଝି ସମୁଦ୍ରରେ ନିଖୋଜ ଅଛି ପୁଅ। ପାଠପଢା ସାରି ନୂଆ ହୋଇ ଶିପ୍ ରେ ଚଢିଥିଲା। ହେଲେ ଡ୍ୟୁଟି ସାରି ରୁମରେ ଥିବା ବେଳେ ହଠାତ ନିଖୋଜ ଖବର ପରିବାରକୁ ଦେଇଥିଲେ ଶିପ୍ କର୍ତ୍ତୃପକ୍ଷ। ଯାହାକୁ ନେଇ ଘରେ ପଡିଛି କାନ୍ଦ ବୋବାଳି। ତେବେ କୁଆଡେ ଉଭାନ ହୋଇଗଲେ ଯୁବକ ତାକୁ ନେଇ ଉଠିଛି ପ୍ରଶ୍ନ ।

author-image
Tapan Swain
Missing

Missing Photograph: (OTV)

ଶେଷଥର ପାଇଁ କଥା ହୋଇଥିଲା ପୁଅ। ଘରଠୁ ବହୁତ ଦୂରରେ ଥିବାରୁ ମା’ କଥା ମନେପକାଇ କାନ୍ଦିଥିଲା। ମା’ ଏକୁଟିଆ ଥିବାରୁ ମାମୁଙ୍କୁ ଦେଖାଶୁଣା କରିବାକୁ କହିଥିଲା। ଆଉ ସାଙ୍ଗମାନଙ୍କୁ ବି ମିଠା ନେଇ ମାମା ପାଖକୁ ଯିବା ପାଇଁ କହିଥିଲା। ୨ ତାରିଖ ଦିନ ଭିଡିଓ କଲରେ କଥା ବି ହୋଇଥିଲା। ୩ ତାରିଖରେ ପୁଅ ସହ ଦିପଦ କଥା ହେବାକୁ ପୁଣି କଲ କରିଥିଲେ ମାଆ । ହେଲେ ପୁଅ କଲ ଉଠାଇ ନଥିଲା କି କିଛି ଉତ୍ତର ଦେଇନଥିଲା ।

Advertisment

କିଛି ସମୟ ପରେ ପୁଅକୁ ନେଇ ବଡ ଅପଡେଟ ଦେଇଥିଲେ କମ୍ପାନୀ କର୍ତ୍ତୃପକ୍ଷ । ରୁମ ଭିତରୁ ସାର୍ଥକ ନିଖୋଜ ଥିବା କୁହାଯାଇଥିଲା। ଏକଥା ଶୁଣିବା ପରେ ମାଆ ପାଦ ତଳୁ ଯେମିତି ମାଟି ଖସି ଯାଇଛି। ତିନି ଦିନ ହେଲାଣି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି। ପୁଅ ପାଇଁ ଯେମିତି ମା’ର ଛାତିଟା ବିଦାରି ହେଉଛି। ପ୍ରତି ନିଶ୍ବାସରେ ପୁଅକୁ ଖୋଜୁଛି। ଯାହାକୁ ଦେଖୁଛି ପୁଅ ମୁହଁ ଦିଶୁଛି।

ଆଖି ସାମ୍ନାରେ ତା କଥା ନାଚି ଯାଉଛି। ନିଖୋଜ ପୁଅର ସନ୍ଧାନ କେବେ ମିଳିବ, ସମୁଦ୍ରର ଗଭୀର ପାଣିରେ ପୁଅ କେଉଁଠି ଥିବ ଏମିତି କେତେ କଣ ତା ମନକୁ ଆସୁଛି। ଆଉ ବେଳେ ବେଳେ ମନକୁ ପାପ ବି ଛୁଉଁଛି। 

Advertisment

ମାଲେସିଆ ନିକଟ ସମୁଦ୍ରରେ ନିଖୋଜ

ଓଡ଼ିଆ ଯୁବ ସେଲର ସାର୍ଥକ ମହାପାତ୍ର। ଘର ଭଦ୍ରକ ଜିଲ୍ଲାରେ। ଘରର ଏକମାତ୍ର ପୁଅ। ପାଠପଢା ପରେ ଇଣ୍ଟର୍ଣ୍ଣ ଶିପ ପାଇଁ ଏକ ଜାହଜରେ ଚଢିଥିଲେ। ଜାହଜଟି ୱେଷ୍ଟ ଆଫ୍ରିକାରୁ ସିଙ୍ଗାପୁର ଫେରୁଥିବା ବେଳେ ମାଲେସିଆ ନିକଟ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ଗତ ଛଅ ମାସ ତଳେ ଆଙ୍ଗ୍ଲୋଇଷ୍ଟର୍ଣ୍ଣ ଶିପ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥାରେ ସେ ନିଯୁକ୍ତ ଥିଲେ ।

ଜାହାଜରେ ସାର୍ଥକ କ୍ରିଉ ମେମ୍ବର ଥିଲେ। ନିଖୋଜ ଦିନ ସାର୍ଥକ ଡ୍ୟୁଟି ସାରି ନିଜ ରୁମକୁ ଆସିଥିଲେ। ହେଲେ ହଠାତ ସେ ରୁମରେ ନଥିବା କଥା ଘର ଲୋକଙ୍କୁ ଜଣାଇଛନ୍ତି ଗ୍ରୁପ କ୍ୟାପଟେନ । 

ଜାହାଜରେ ତାଙ୍କ ରୁମ୍ ଭିତରୁ ରହସ୍ୟ ଭାବେ ନିଖୋଜ ପରେ ଏବେ ଘର ଲୋକଙ୍କ ନିଦ ହଜିଯାଇଛି। ସାର୍ଥକଙ୍କୁ ଖୋଜାଖୋଜି ଚାଲିଛି କହି କମ୍ପାନୀ ଦାୟିତ୍ବ ସାରି ଦେଇଛନ୍ତି। ଏହାରି ଭିତରେ ସାର୍ଥକଙ୍କ ସମ୍ପର୍କୀୟ ଯାଇ ମୁମ୍ବାଇରେ ଡେରା ପକାଛନ୍ତି। ହେଲେ ତାକୁ କୌଣସି ସୂଚନା ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ମାଆ। 

ନିଖୋଜ ପୁଅର ସନ୍ଧାନ ସହ ଘରକୁ ଫେରାଇ ଆଣିବାକୁ ସମସ୍ତଙ୍କୁ ଗୁହାରୀ କରୁଛନ୍ତି ପରିବାର। ପୁଅ ବିଷୟରେ ଟିକେ ଶୁଣିବାକୁ ଯେମିତି ଚାତକ ଭଳି ଚାହିଁଛି ମା। ଏନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଫୋନ ଓ ମେଲ କରି ଅବଗତ କରାଇଛନ୍ତି। 

Odia Youth Missing
Advertisment
Related Articles
Advertisment