/odishatv-khabar/media/post_attachments/uploadimage/library/16_9/16_9_0/dadana_1627107444.jpg)
dadana
ବଲାଙ୍ଗିର: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ। ତେଲେଙ୍ଗାନାରେ ଏକ ଇଟାଭାଟିରେ ଦାଦନ ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ସର୍ଦ୍ଦାର ଓ ଇଟାଭାଟି ମାଲିକ। ଏଭଳି ଏକ ବର୍ବରକାଣ୍ଡର ଭିଡିଓ ଏବେ ଓଟିଭି ହାତରେ ଲାଗିଛି। କିଛି ମାସ ତଳେ ବଲାଗିଂର ବେଲପଡ଼ା ବ୍ଲକ୍ କୁଦୋଭଟା ଗାଁର କିଛି ଦାଦନ ଶ୍ରମିକ ଇଟା ଗଢ଼ିବା ପାଇଁ ତେଲେଙ୍ଗାନା ହାଇଦ୍ରାବାଦ ନିକଟସ୍ଥ ଟୁକୁଗୁଡ଼ା ଅଂଚଳକୁ ଯାଇଥିଲେ।
ହେଲେ ସେଠାରେ ନିର୍ଯାତନାର ଶିକାର ହେବା ପରେ ଶ୍ରମିକମାନେ ଏକ ଭିଡିଓ ରେକର୍ଡ କରି ପଠାଇଛନ୍ତି। ତେବେ କେଉଁ କାରଣରୁ ଶ୍ରମିକମାନଙ୍କୁ ମାଡ଼ ମରାଯାଇଛି ତାହା ସ୍ପଷ୍ଟ ହୋଇନି। ଶ୍ରମିକମାନଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ନିର୍ଯାତନାର କାରଣ ସ୍ପଷ୍ଟ ହୋଇନି କି ଇଟାଭାଟି ମାଲିକ କିମ୍ବା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରିନି।
ଆଜି ଇଟା ମାଲିକ ଖୁବ୍ ମାରିଛି। ମାରି ମାରି ଲହୁଲୁହାଣ କରିଦେଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ମାଡ଼ ଖାଇଥିବା ଶ୍ରମିକ କିନ୍ତୁ ଚୁପ୍ଚାପ କଷ୍ଟ ସହିଯାଉଛି। କଣ କରିବ ବିଚାର ପେଟ ପାଇଁ ଛାଟ ସହିବାକୁ ପଡ଼ୁଛି। ଏମିତି ଆଉ କେତେ ଦିନ ଚାଲିବ ତାହା ହିଁ ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)